କଂଗ୍ରେସ ଛାଡିବା ପରେ ନିଜର ନୂଆ ରାଜନୈତିକ ପାଳି ଆରମ୍ଭ କଲେ ଗୁଲାମ ନବୀ ଆଜାଦ

ଶ୍ରୀନଗର: କଂଗ୍ରେସ ଛାଡିବା ପରେ ଗୁଲାମ ନବୀ ଆଜାଦ ରବିବାର ଜମ୍ମୁର ସୈନିକ କଲୋନୀରେ ନିଜର ପ୍ରଥମ ରାଲି କରିଛନ୍ତି। ଏହି ଅବସରରେ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଏବଂ ତାଙ୍କୁ ସମର୍ଥନ କରିଥିବା ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ଆଜିଠୁ ନିଜର ନୂଆ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି, ‘ନୂଆ ଦଳର ନାଁ କଣ ରଖାଯିବ ସେ ନେଇ ନିଷ୍ପତ୍ତି ନେଇ ନାହିଁ। ଜାମ୍ମୁ କାଶ୍ମୀରର ଜନତା ଦଳର ନାଁ ଏବଂ ପତାକା ବାଛିବେ ବୋଲି ସେ କହିଛନ୍ତି। ମୁଁ ମୋର ଦଳର ହିନ୍ଦୁସ୍ତାନୀ ନାଁ ଦେବି, ଯାହା ସମସ୍ତେ ବୁଝି ପାରୁ ଥିବେ’।

ଗୁଲାମ ନବୀ ଆଜାଦ ଜନସଭାକୁ ସମ୍ୱୋଧିତ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ‘ଲୋକେ ଏବେ ବସରେ ଜେଲ ଯାଉଛନ୍ତି। ସେମାନେ ଡିଜିପି, କମିଶନରଙ୍କୁ ଡାକୁଛନ୍ତି ଏବଂ ନିଜ ନାମ ଲେଖାଇ ଏକ ଘଣ୍ଟାରେ ଚାଲି ଯାଉଛନ୍ତି। ଏହି କାରଣରୁ କଂଗ୍ରେସ ବିକଶିତ ହୋଇ ପାରିଲା ନାହିଁ’।

ଗୁଲାମ ନବୀ ଆଜାଦ କହିଛନ୍ତି ଯେ ସେ ଦଳ ପାଇଁ ୫୦ ବର୍ଷ ଯାଏଁ କାମ କରିଛନ୍ତି। ସେ କହିଛନ୍ତି, ‘ଆଜି ମୁଁ କିଛି ନାହିଁ ତଥାପି ରାଜ୍ୟର ଲୋକଙ୍କ ଠାରୁ ବେଶ ଭଲ ପାଇବା ମିଳିଛି । ମୋ ପାଇଁ ଅନେକ ଜଣ ଦଳରୁ ଇସ୍ତଫା ଦେଇଛନ୍ତି ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛନ୍ତି, ଯେଉଁମାନେ ମୋତେ ଏତେ ଭଲପାଇବା ଏବଂ ସମର୍ଥନ ଜଣାଇଛନ୍ତି’।

କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି, କଂଗ୍ରେସକୁ ଆମେ ଗଢିଥିଲୁ… ଆମ ଝାଳ-ରକ୍ତରେ ଏହାକୁ ଗଢିଥିଲୁ। ଏହା କମ୍ପ୍ୟୁଟରରେ ତିଆରି ହୋଇ ନାହିଁ, ଟ୍ୱିଟରୁ ହୋଇ ନାହିଁ, ମେସେଜରୁ ହୋଇ ନାହିଁ। ଯେଉଁମାନେ ଆମକୁ ବଦନାମ କରୁଛନ୍ତି ସେମାନଙ୍କ ରୁଚି କେବଳ ଟ୍ୱିଟର, କମ୍ପ୍ୟୁଟର ଏବଂ ମେସେଜ ଉପରେ ରହିଛି।

୭୩ ବର୍ଷର ଗୁଲାମ ନବୀ ଆଜାଦ ଅଗଷ୍ଟ ୨୬ରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ନିଜ ଘର(କଂଗ୍ରେସ) ଛାଡିବାକୁ ବାଧ୍ୟ କରାଯାଇଥିବା ସେ ନିଜେ କହିଥିଲେ। ତାଙ୍କର ଇସ୍ତଫା ପରେ ଜଣେ-ଜଣେ କରି ଅନେକ ନେତା କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଜାମ୍ମୁ କାଶ୍ମୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ, ୮ ଜଣ ପୂର୍ବତନ ମନ୍ତ୍ରୀ, ଜଣେ ପୂର୍ବତନ ସାଂସଦ, ୯ ବିଧାୟକଙ୍କ ସହ ବଡ଼ ସଂଖ୍ୟାରେ ପଞ୍ଚାୟତ ସ୍ତରୀୟ ନେତା ପାର୍ଟି ଛାଡିଥିଲେ।

Related Articles

Back to top button