ରେଲୱେ କ୍ଷେତ୍ର ପାଇଁ ଓଡ଼ିଶାକୁ ୧୦ ହଜାର ୫୯୯ କୋଟି ଟଙ୍କା ମଞ୍ଜୁର

ସାଧାରଣ ବଜେଟରେ ରେଲୱେ କ୍ଷେତ୍ର ପାଇଁ ଓଡ଼ିଶାକୁ ୧୦ ହଜାର ୫୯୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୋମବାର ଏକ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।ଅଶ୍ଵିନୀଙ୍କ ସୂଚନା ଅନୁସାରେ, ଓଡ଼ିଶାରେ ଗତ ୧୦ ବର୍ଷ ମଧ୍ୟରେ ୨୦୪୬ କିଲୋମିଟର ନୂଆ ରେଳପଥ ନିର୍ମାଣ ହୋଇଛି। ଓଡ଼ିଶାରେ ନୂଆକରି ନିର୍ମାଣ ହୋଇଥିବା ରେଳପଥ ମାଲେସିଆରେ ଥିବା ରେଳପଥଠାରୁ ଅଧିକ। ରାଜ୍ୟରେ ବର୍ତ୍ତମାନ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି। ଆଗକୁ ଆହୁରି ଅନେକ ନୂଆ ଟ୍ରେନ ଓଡ଼ିଶାକୁ ଗଡ଼ିବ। ୭୮ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି। ୧୮୯୮ କିଲୋମିଟର ରେଳପଥରେ କବଚ ଲାଗିବା କାମ ଶେଷ ହୋଇଛି। ୧୦ ହଜାର ଲୋକୋମୋଟିଭରେ କବଚ ଲାଗିବ। କଲକାତା-ଭଦ୍ରକ ରେଳପଥ କାର୍ଯ୍ୟ ଜୋରସୋରରେ ଚାଲିଛି। କଲକାତା-ଚେନ୍ନାଇ ୪ ଲେନ ରେଳପଥ କାର୍ଯ୍ୟ ଶୀଘ୍ର ଶେଷ ହେବ ବୋଲି ସେ କହିଛନ୍ତି।

Related Articles

Back to top button