ବର୍ଷାରେ ଭିଜିବ ଦଶହରା

ଭୁବନେଶ୍ୱର: ଦୁଇ ବର୍ଷ ପରେ କୌଣସି କଟକଣା ନଥାଇ ଦୁର୍ଗାପୂଜା ପାଳନ ହେବାକୁ ଯାଉଛି। ସାରା ରାଜ୍ୟରେ ବଡ ବଡ ମେଢ ସାଙ୍ଗକୁ ତୋରଣ ତିଆରି ହୋଇଛି। ଲୋକେ ମଧ୍ୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହାରି ଭିତରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ଅକ୍ଟୋବର ଏକ ବେଳକୁ ବଢିବ ବର୍ଷାର ପରିମାଣ। ଅର୍ଥାତ ଏଥର ଦଶହରା ବେଳକୁ ସାରା ରାଜ୍ଯରେ ବର୍ଷାର ମାତ୍ରା ଅଧିକ ରହିବ।

ଏହାପୂର୍ବରୁ ମଧ୍ୟ ଆଗାମୀ ତିନି ଦିନ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଦେଇଛି ପାଣିପାଗ କେନ୍ଦ୍ର। ୨୮ ଏବଂ ୨୯ ତାରିଖରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗି ରହିଛି । କିଛି ଦିନ ହେବ ବର୍ଷାର ପରିମାଣ କମିଛି। କିନ୍ତୁ ଆଗକୁ ବର୍ଷା ବଢିବାର ସମ୍ଭାବନା ରହିଛି ହୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି।

ବର୍ଷା ଆଶଙ୍କାକୁ ଦେଖି ପାଣିପାଗ କେନ୍ଦ୍ର ୟୁଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ,ବୌଦ୍ଧରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି।

 

Related Articles

Back to top button