ବାଲ୍ୟ ବିବାହକୁ ଅମାନ୍ୟ ଘୋଷିତ କରୁଥିବା ଆଇନକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ : ବାଲ୍ୟ ବିବାହକୁ ଅମାନ୍ୟ ଘୋଷିତ କରୁଥିବା ହରିୟାଣାର ଏକ ଆଇନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଅନୁସାରେ ଏଣିକି ୧୫ରୁ ୧୮ ବର୍ଷ ବୟସ୍କ ପୁଅ ଝିଅଙ୍କ ବିବାହକୁ ବେଆଇନ ବିବେଚନା କରାଯିବ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୨୦ରେ ହରିୟାଣା ସରକାରଙ୍କ ବାଲ୍ୟ ବିବାହ ସଂଶୋଧିତ ଆଇପନ ଅଣାଯାଇଥିଲା।

ଏହା ସହିତ ରାଷ୍ଟ୍ରପତି ନକଲ କାଗଜପତ୍ର ଦ୍ୱାରା ପଞ୍ଜିକରଣ ରୋକିବା ପାଇଁ ତାମିଲନାଡୁର ୧୯୦୮ ଆଇନର ସଂଶୋଧନ ପାଇଁ ୨୦୨୧ରେ ହୋଇଥିବା ଆଇନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଦ୍ୱାରା ନକଲି କାଗଜ ପତ୍ର ଦ୍ୱାରା ହୋଇଥିବା ପଞ୍ଜିକରଣକୁ ରଦ୍ଦ କରାଯିବ।

Related Articles

Back to top button