ଫଗୁ ଉତ୍ସବ ଅବସରରେ ଆଠଗଡ଼ରେ ପାଳିତ ହୋଇଛି ରାଜଦୋଳ ଓ ଅଗ୍ନି ଉତ୍ସବ ।

ଆଠଗଡ଼ରେ ରାଜଦୋଳ ଅନୁଷ୍ଠିତ । ଫଗୁ ଉତ୍ସବ ଅବସରରେ ଆଠଗଡ଼ରେ ପାଳିତ ହୋଇଛି ରାଜଦୋଳ ଓ ଅଗ୍ନି ଉତ୍ସବ । ଏଥିପାଇଁ ଉତ୍ସବ ମୁଖର ହୋଇପଡ଼ିଥିଲା ସ୍ଥାନୀୟ ଅଞ୍ଚଳ । ସାଧାରଣରେ ମାଘ ପୂର୍ଣ୍ଣିମା ଦିନ ସବୁଆଡେ ଅଗ୍ନି ଉତ୍ସବ ପାଳନ କରାଯାଉଥିଲାବେଳେ ଆଠଗଡ଼ ଗଡ଼ଜାତରେ ରାଜା ରାଜୁଡା ସମୟରୁ ଫାଲ୍ଗୁନ ମାସ ଶୁକ୍ଲପକ୍ଷ ଚତୁର୍ଦଶୀ ତିଥିରେ ଅଗ୍ନି ଉତ୍ସବ ପାଳନ କରାଯାଉଛି । ଆଠଗଡ଼ରେ ଏହି ନିଆରା ପରମ୍ପରା ବହୁ ପୂର୍ବରୁ ପାଳନ ହୋଇଆସୁଛି । ସେହି ଆଧାରରେ ରବିବାର ମଧ୍ୟ ରାତ୍ରରେ ଆଠଗଡ଼ରେ ଅଗ୍ନି ଉତ୍ସବ ପାଳିତ ହୋଇଛି । ଏଥିସହ ଦୋଳ ଉତ୍ସବ ଅବସରରେ ରାଜଦୋଳ ମଧ୍ୟ ପାଳନ କରାଯାଇଛି ।

ଗତକାଲି ସନ୍ଧ୍ୟା ଆଳତି ପରେ ସନ୍ଧ୍ୟା ଆଳତି ପରେ ଆଠଗଡ଼ ଆରାଧ୍ୟ ଶ୍ରୀ ରାଧା ଗୋବିନ୍ଦ ଶ୍ରୀ ଅଟ୍ଟାଳୀ ଜଗନ୍ନାଥ ,ଶ୍ରୀ ରଘୁନାଥ ତଥା ଅଟ୍ଟାଳି ଜଗନ୍ନାଥ, ରଘୁନାଥ, ସ୍ଵପ୍ନେଶ୍ଵର , କାଶୀ ବିଶ୍ୱନାଥ,ନୃସିଂହ ଠାକୁରଙ୍କୁ ଧରି ଚତୁର୍ଦଶୀ ଯାତ୍ରା କରାଯାଇଥିଲା । ଏହାପରେ ନାରାୟଣ ମନ୍ଦିରରେ ଭୋଗ ଲାଗି କରାଯାଇଥିଲା। ଏହାପରେ ଗୋପବନ୍ଧୁ ଛକରେ ମେଣ୍ଢାଘର ପୋଡି ବା ହୋଲିକା ଦହନ ଉତ୍ସବ ଅନୁଷ୍ଠି ହୋଇଥିଲା । ହୋଲିକା ଦହନ ପରେ ସମସ୍ତ ଠାକୁର ଝୁଲଣ ପଡିଆ ଠାରେ ଯାତ୍ରା କରିଥାନ୍ତି। ଏହି ଉତ୍ସବ ଦେଖିବାକୁ ଭକ୍ତଙ୍କ ଭିଡ ଲାଗିଥିଲା ।

Related Articles

Back to top button