ହୋଲିରେ ଅଘଟଣ ରୋକିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରସ୍ତୁତି

ହୋଲିରେ ଅଘଟଣ ରୋକିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରସ୍ତୁତି । ଭୁବନେଶ୍ୱର ଉପକଣ୍ଠ ନଦୀ, କେନାଲରେ ମୁତୟନ ହେବେ କର୍ମଚାରୀ । ୫ଟି ସ୍ଥାନରେ ଲାଇଫ ଗାର୍ଡ, ଜ୍ୟାକେଟ, ରବର ବୋଟ ଆଦି ରହିବ । କୁଆଖାଇ, ଦୟା ନଦୀ ଓ ପୁରୀ କେନାଲ ଆଦିରେ ମୁତୟନ ହେବେ ଅଗ୍ନିଶମ ବାହିନୀ ।

ପ୍ରତି ତୁଠରେ ୬ ଜଣ ରେସକ୍ୟୁ ଟିମ୍ ରଖିବାକୁ ବିଭାଗର ନିଷ୍ପତ୍ତି ହୋଇଛି । ନିଶାସକ୍ତ ଅବସ୍ଥାରେ ପାଣିକୁ ଯିବା ମନା ହୋଇଛି ଚୋରା ବାଲି ପ୍ରତି ସତର୍କ ନିର୍ଦ୍ଦେଶ ଜାରି ହୋଇଛି ।

ବିଶେଷକରି ୫ଟି ସ୍ଥାନକୁ ଚିହ୍ନଟ କରାଯାଇଛି । କୁଆଖାଇ, ଦୟା, ପୁରୀ କେନାଲ ଓ ବାଲିପାଟଣା ସାଇପନ ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି। ଏହାସହିତ ଏମେର୍ଜେନ୍ସି ପାଇଁ ମଧ୍ୟ ଟିମ ପ୍ରସ୍ତୁତ ରହିଛି । ଲାଇଫ ବ୍ୟୟ, ଲାଇଫ ଜ୍ୟାକେଟ, ମେସିନ ରବର ବୋଟ, ରେସକ୍ୟୁ ଲାଇନ, ଅଣ୍ଡର ୱାଟର ବିଏ ସେଟ ଇତ୍ୟାଦି ପ୍ରସ୍ତୁତ ରଖାଯାଇଛି। ଏନେଇ ଡେପୁଟି ଫାୟାର ଅଫିସର ଅବନୀ କୁମାର ସ୍ୱାଇଁ ସୂଚନା ଦେଇଛି ।

Related Articles

Back to top button