ଆସନ୍ତା ୮ ତାରିଖରେ ରାଜନାଥ ସିଂ ଏବଂ ୧୨ ରେ ଅମିତ ଶାହ ଆସିବେ ଓଡିଶା

ଶେଷ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ନିର୍ବାଚନ ହେବାକୁ ଥିବା ବେଳେ ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ନେତା । ଓଡ଼ିଶା ଉପରେ ଫୋକସ କରିଛନ୍ତି ବିଜେପି ନେତା । ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ରାତି ସାଢେ ୯ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆସନ୍ତା ୮ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ୧୨ ରେ ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବେ । ୮ ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାୟଗଡା ଗସ୍ତ କରିବେ । ଏନେଇ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରି ବିଜୟପାଲ ସିଂ ତୋମାର ସୂଚନା ଦେଇଛନ୍ତି ।

Related Articles

Back to top button