୬ଟି ଆସନରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ : ୫ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ

ବିଧାନସଭା ନିର୍ବାଚନ ପାଇଁ ୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ୬ଟି ଆସନ ମଧ୍ୟରୁ ୫ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ଼ ଏବଂ ପୁରୀ ୫ଟି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ ।

ଜଳେଶ୍ୱରରୁ ସୁଦର୍ଶନ ଦାସ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ତାଙ୍କୁ ଦେବୀ ପ୍ରସନ୍ନ ଚାନ୍ଦଙ୍କ ସ୍ଥାନରେ ଟିକେଟ ପ୍ରଦାନ କରିଛି, ବରୀରେ ଆରତୀ ଦେଓଙ୍କ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଦେବାଶିଷ ନାୟକ, ପୁରୀରେ କଂଗ୍ରେସ ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମା ବଲ୍ଲଭ ରଥଙ୍କୁ ଦେଇଛି ପ୍ରାର୍ଥୀତ୍ୱ ଟିକେଟ । ସେହିପରି ଅଠମଲ୍ଲିକରେ ହିମାଂଶୁ ଚାଉଳିଆ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ବିଜୟାନନ୍ଦ ଚାଉଳିଆଙ୍କ ସ୍ଥାନରେ ତାଙ୍କୁ ମିଳିଛି ଟିକେଟ । ଆଠଗଡ଼ରେ ନୂଆ ପ୍ରାର୍ଥୀ ହେଲେ ସୁଦର୍ଶନ ସାହୁ । ତାଙ୍କୁ ମେହବୁବ ଅହମଦ ଖାନଙ୍କ ବଦଳରେ ମିଳିଛି ଟିକେଟ । ସେହିପରି ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ଏହି ଆସନରୁ ପ୍ରାର୍ଥୀ କରିଛି । ୧୯୮୦ ଓ ୧୯୯୫ରେ ବିଧାୟକ ହୋଇଥିଲେ ଅକ୍ଷୟ ଆଚାର୍ଯ୍ୟ।

Related Articles

Back to top button