ତିନିରଥରେ ଋଷିପଟା ଲାଗିଲା

ତିନିରଥରେ ବୁଧବାର ଋଷିପଟା ଲଗାଯାଇଛି। ତେରପରସ୍ତ ପୋଟଳ ତଳେ ଋଷିପଟା ସଂଯୋଗ କରାଯାଇଛି। ରଥବେଦି ସମ୍ମୁଖ ଭାଗରେ ପଟାବାଡ଼ିଆ ଶେଷ ହୋଇଛି। ରୂପକାର ସେବକମାନେ ରଥଚକ ଏବଂ ଗୁଜ ସମେତ ବିଭିନ୍ନ ଅଂଶ ରଙ୍ଗ କରୁଛନ୍ତି। କଳସରେ ଲାଗିବାକୁ ଥିବା ପାଖୁଡ଼ାଗୁଡ଼ିକୁ ପ୍ରସ୍ତୁତ କରାଯାଉଛି। ୨୪ ନାଟଗୋଡ଼ ମଧ୍ୟରୁ ଆଉ ୨ଟିର ଖୋଦେଇ ବାକି ରହିଛି। ଦୁଆରବେଢ଼ା, ପ୍ରଭା ଏବଂ ଜଗତପୃଷ୍ଠ ଶେଣି ନିର୍ମାଣ ଶେଷ ହୋଇଛି। ବୁଧବାର ଢମକ ପଡ଼ିବା ପରେ ଜଗତପୃଷ୍ଠ ଶେଣି ଲଗାଯିବ। ଓଝା ସେବକମାନେ ଅସ୍ଥାୟୀ କମାରଶାଳରେ କଣ୍ଟାକବ୍‌ଜା ପ୍ରସ୍ତୁତ କରୁଛନ୍ତି। ଦରଜି ସେବକଙ୍କ ଦ୍ବାରା ରଥକନା

Related Articles

Back to top button