ବାରିପଦାରେ ଶନିବାର ଓ ରବିବାର ରଥଟଣା, ସୁଭଦ୍ରାଙ୍କ ରଥ ଟାଣିବେ ମହିଳା

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ରଥଟଣା । ଆଜି ଓ ଆସନ୍ତାକାଲି ହେବ ରଥ ଟଣା। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ଗତକାଲି ରଥାରୂଢ଼ କରାଯାଇଛି । ଆଜିଠୁ ବାରିପଦାରେ ୨ ଦିନ ଧରି ରଥଟଣା ହେବ।

ପ୍ରଥମେ ବଡ଼ ଭାଇ ବଳଭଦ୍ରଙ୍କ ରଥ ଟଣା ହେବା ପରେ, ସୁଭଦ୍ରାଙ୍କୁ କେବଳ ମହିଳାମାନେ ଟାଣି ଟାଣି ଟାଉନ ଥାନା ସମ୍ମୁଖରେ ରଖିଥାନ୍ତି। ତା ପରଦିନ ଅଧା ରାସ୍ତାରେ ରହିଥିବା ସୁଭଦ୍ରାଙ୍କୁ ଗୁଣ୍ଡିଚା ମନ୍ଦିର ବିଜେ କରା ଯାଇଥାଏ। ଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତମାନେ ଟାଣି ମାଉସୀମା ମନ୍ଦିର ସମ୍ମୁଖରେ ପହଁଚାଇବା ପରମ୍ପରା ରହିଛି।

ସେହିଭଳି ବାହୁଡ଼ାରେ କିନ୍ତୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପ୍ରଥମେ ମାଉସୀମା ମନ୍ଦିରରୁ ଟଣାଯିବାର ପରମ୍ପରା ରହିଛି । ତାପରେ ଦେବୀ ସୁଭଦ୍ରା ଓ ଶେଷରେ ଭାଇ ବଳଭଦ୍ରଙ୍କ ରଥ ଟଣା ହୋଇ ରତ୍ନ ସିଂହାସନକୁ ଫେରିବେ।

Related Articles

Back to top button