ବାହୁଡ଼ା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଆଜି ତିନି ରଥର ଦକ୍ଷିଣ ମୋଡ଼ ହେବ

ପୁରୀ: ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁଙ୍କ ଲୀଳାଖେଳା। ଶନିବାର ବାହୁଡାଯାତ୍ରା । ଶରଧାବାଲିରୁ ସିଂହଦ୍ବାରକୁ ଗଡ଼ିବ ତିନି ରଥ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

ସେହିପରି ଆଜି ତିନି ରଥର ଦକ୍ଷିଣ ମୋଡ଼ ହେବ । ଗୁଣ୍ଡିଚା ମନ୍ଦିରରେ ଦ୍ବିପହରର ଧୂପ ପରେ ରଥ ଦକ୍ଷିଣମୋଡ଼ ନିମନ୍ତେ ମହାପ୍ରଭୁଙ୍କ ଆଜ୍ଞା ମାଳ ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାର ରଥ ଚକଡାକୁ ବିଜେ କରିବେ । ଘଣ୍ଟା କାହାଳୀ ବାଜେଣି ସହ ତିନି ରଥକୁ ଦକ୍ଷିଣ ମୋଡ଼ କରାଯିବ । ତିନି ରଥ ନାକଚଣା ଦ୍ବାର ସାମ୍ନା ଶରଧାବାଲିରେ ବାହୁଡା ଯାତ୍ରା ନିମନ୍ତେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିବେ । ଏହା ପୂର୍ବରୁ ମଙ୍ଗଳବାର ତାଳଧ୍ବଜ ଓ ଦେବୀ ରଥର ମରାମତି ସରିଛି ।

ପ୍ରଥା ଓ ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପର ଦିନ ଅର୍ଥାତ ଆଜି ତିନି ରଥର ଦକ୍ଷିଣମୋଡ କରାଯିବ। ମଙ୍ଗଳବାର ପବିତ୍ର ହେରାପଞ୍ଚମୀ ଅବସରରେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣି ରାଗ ତମତମ ହୋଇ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି।

Related Articles

Back to top button