ମାଡ୍ରାସ ହାଇକୋର୍ଟକୁ ବଦଳି ହେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୂରଲୀଧର

ନୂଆଦିଲ୍ଲୀ: ବଦଳିବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୂରଲୀଧର। ଏ ନେଇ ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତଙ୍କ ନେତୃତ୍ଵାଧୀନ ସୁପ୍ରିମକୋର୍ଟର କଲେଜିୟମ ମୂରଲୀଧରଙ୍କୁ ମାଦ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି।

ସୂଚନା ଅନୁଯାୟୀ, କଲେଜିୟମ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କ ବଦଳି ସମେତ ଅନେକ ପ୍ରସଙ୍ଗରେ ବୁଧବାର ଆଲୋଚନା  କରିଛି। ବୈଠକରେ କଲେଜିୟମ ବିଚାରପତି ଏସ ମୂରଲୀଧରଙ୍କୁ ମାଦ୍ରାସ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ନେଇଛି।

ବିଚାରପତି ମୂରଲୀଧରଙ୍କୁ ୨୦୦୬ ମେରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ପରେ ୨୦୨୦ ମାର୍ଚ୍ଚ ୬ରେ ତାଙ୍କୁ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟକୁ ବଦଳି କରାଯାଇଥିଲା। ସେ ୨୦୨୧ ଜାନୁଆରୀ ୪ରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ।

ଏହା ପୂର୍ବରୁ ଉଚ୍ଚତମ ନ୍ୟାୟାଳୟର କଲେଜିୟମ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଦୀପାଙ୍କର ଦତ୍ତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ କରିଥିଲେ। କଲେଜିୟମ ସେପ୍ଟେମ୍ବର ୧୨ରେ ପଞ୍ଜାବ ଏବଂ ହରିୟାଣା, ବମ୍ବେ ଏବଂ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ୨୦ ବିଚାରପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଥିଲେ।

Related Articles

Back to top button