ରୁଷିଆ-ଜର୍ମାନୀ ପାଇପ ଲାଇନରେ ଲିକ୍‌, କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲା ଇୟୁ

ବର୍ଲିନ: ରୁଷିଆରୁ ଜର୍ମାନୀ ପର୍ଯ୍ୟନ୍ତ ଥିବା ଗ୍ୟାସ ପାଇପଲାଇନରେ ଲିକ ହେବାର ଖବର ମିଳିଛି। ଏନେଇ ୟୁରୋପୀୟ ସଂଘ(ଇୟୁ) କଡ଼ା ଚେତାବନୀ ଦେଇଛି। ଇୟୁ କହିଛି ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। ଇୟୁର ବୈ ଦେଶିକ ନୀତି ମୁଖ୍ୟ ଜୋଶେଫ ବୋରେଲ କହିଛନ୍ତି ଯେ ଦୁଇଟି ଅଣ୍ଡର ୱାଟର ପ୍ରାକୃତିକ ଗ୍ୟାସ ପାଇପଲାଇନକୁ ଉଦ୍ଦେଶ୍ୟମୂଳକ ଭାବେ ନଷ୍ଟ କରାଯାଇଥିବା ସନ୍ଦେହ କରାଯାଉଛି।

ଇୟୁର ୨୭ ସଦସ୍ୟ ରାଷ୍ଟ୍ର ଦ୍ୱାରା ଜାରି ଏକ ବିବୃତ୍ତିରେ ବୋରେଲ କହିଛନ୍ତି ଯେ ସମସ୍ତ ଉପଲବ୍ଧ ସୂଚନା ଏବଂ ପ୍ରମାଣ ସୂଚାଇ ଦେଉଛି ଯେ ଏହି ଲିକ ହେଉଛି ସୁଚିନ୍ତିତ ଷଡ଼ଯନ୍ତ୍ର। ୟୁରୋପୀୟ ଶକ୍ତି ଭିତ୍ତିଭୂମିକୁ ବାଧା ଦେବା ପାଇଁ କୌଣସି କାର୍ଯ୍ୟକୁ ସହ୍ୟ କରାଯିବ ନାହିଁ। ଏକତ୍ରିତ ହୋଇ ଏହାର ଦୃଢ଼ ଜବାବ ଦିଆଯିବ।

ବାସ୍ତବରେ ବାଲଟିକ ସାଗରରେ ବିସ୍ଫୋରଣ ପୂର୍ବରୁ ରୁଷିଆରୁ ଜର୍ମାନୀ ପର୍ଯ୍ୟନ୍ତ ଯାଇଥିବା ପ୍ରାକୃତିକ ଗ୍ୟାସ ପାଇପଲାଇନରେ ଏକ ଲିକ ଦେଖିବାକୁ ମିଳିଛି ବୋଲି ଭୂବିଜ୍ଞାନୀମାନେ ମଙ୍ଗଳବାର ସୂଚନା ପ୍ରଦାନ କରିଥିଲେ।

Related Articles

Back to top button