
ରଥଯାତ୍ରାବେଳେ ଡ୍ରୋନ ଉଡ଼ାଇବା ମନା
ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାବେଳେ ଭିଡିଓ ଓ ଫଟୋ ଉଠାଇବା ସମ୍ଭାବନା ଦୃଷ୍ଟିରୁ କଟକଣା ଜାରି କରାଯାଇଛି। ଜଗନ୍ନାଥ ମନ୍ଦିର ରେଡ ଜୋନରେ ଯାଉଥିବାରୁ ଡ୍ରୋନ ଉଡ଼ାଣ ମନାକରାଯାଇଛି। ୩ ରଥ ପାଖରେ ଓ ଗୁଣ୍ଡିଚା ମନ୍ଦିର ପାଖରେ ମଧ୍ୟ ଡ୍ରୋନ ଉଡ଼ାଣ ପାଇଁ ମନା କରାଯାଇଛି। ନିର୍ଦେଶ ଅମାନ୍ୟ କଲେ ଡ୍ରୋନ ରୁଲ ଅନୁସାରେ ଦଣ୍ଡିତ ହେବେ ବୋଲି କୁହାଯାଇଛି। ଆଜି ଏ ନେଇ ଟ୍ବିଟ କରି ଡ୍ରୋନ ଉଡ଼ାଣ ଉପରେ ପୁରୀ ପୁଲିସ କଟକଣା ଜାରି କରିଛି। ପୂର୍ବରୁ ନିୟମ ଉଲ୍ଲଙ୍ଘନ କରି ୟୁଟ୍ୟୁବର ଗିରଫ ହୋଇଛନ୍ତି।