ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଥିବା ୧୦୫ ଫୁଟ ଲମ୍ବ ହକି ଷ୍ଟିକକୁ ବିଶ୍ୱ ରେକର୍ଡ଼ର ମାନ୍ୟତା

ପୁରୀ: ବିଶ୍ୱ ରେକର୍ଡରେ ନାଁ ଲେଖାଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । କଟକ ମହାନଦୀ ତଟରେ ସୁଦର୍ଶନ ବାଲୁକା କଳାରେ କରିଥିବା ହକି ଷ୍ଟିକକୁ ବିଶ୍ୱ ରେକର୍ଡ଼ରେ ସ୍ଥାନ ମିଳିଛି । ୱାର୍ଲଡ଼ ରେକର୍ଡସ ଇଣ୍ଡିଆର ସ୍ୱତନ୍ତ୍ର ଆଡ଼ଜୁଡିକେଟର ବିଭାଗରେ ତାଙ୍କୁ ଏହି ବିଶ୍ୱ ରେକର୍ଡ଼ର ମାନ୍ୟତା ମିଳିଛି । ସଞ୍ଜୟ ନାର୍ଭେକର ଓ ସୁଷମା ନାର୍ଭେକର ଜୁରୀ ଭାବେ ଯୋଗ ଦେଇଥିଲେ । ୱାର୍ଲଡ଼ ରେକର୍ଡସ ଇଣ୍ଡିଆ ତରଫରୁ ଏହି ବାଲୁକାକଳାକୁ ବିଶ୍ୱର ସର୍ବବୃହତ ହକି ଷ୍ଟିକର ମାନ୍ୟତା ପ୍ରଦାନ କରାଯାଇଛି । ସୁଦର୍ଶନ ମହାନଦୀ ତଟରେ ୧୦୫ ଫୁଟ ଲମ୍ବରେ ୫୦୦୦ ହକି ବଲ ବ୍ୟବହାର କରି ହକି ଷ୍ଟିକ୍ ପ୍ରସ୍ତୁତ କରିଥିଲେ । ବିଶ୍ୱକପ ହକିର ଉଦ୍‌ଘାଟନୀ ଉତ୍ସବରେ ସେ ଏହି ବାଲୁକାକଳା ପ୍ରସ୍ତୁତ କରିଥିଲେ ।

Related Articles

Back to top button