![](https://abhigam.com/wp-content/uploads/2022/10/shreyas.webp)
ଆହତ ହେବା ଯୋଗୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ଖେଳିବେନି ଶ୍ରେୟସ ଆୟାର
ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଦଳକୁ ଦିନିକିଆ ମ୍ୟାଚ ପୂର୍ବରୁ ବଡ଼ ଝଟକା ଲାଗିଛି। କାରଣ ଆହତ ହେବା ଯୋଗୁ ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟାର ସିରିଜରୁ ବାହାରି ଯାଇଛନ୍ତି। ତାଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ଦଳରେ ସାମିଲ କରାଯାଇଥିବା ମଙ୍ଗଳବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।
ବିସିସିଆଇ ସୂତ୍ରରୁ ପ୍ରକାଶ, ଶ୍ରେୟସଙ୍କ ପିଠିରେ ଗଭୀର ଆଘାତ ଲାଗିଥିବା ହେତୁ ତାଙ୍କୁ ସିରିଜରୁ ବାଦ୍ ଦିଆଯାଇଛି। ଚିକିତ୍ସା ପାଇଁ ତାଙ୍କୁ ବାଙ୍ଗାଲୁରୁସ୍ଥିତ ନାସନାଲ କ୍ରିକେଟ ଏକାଡେମୀ(ଏନ୍ସିଏ) ପଠାଇ ଦିଆଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିବ।
ତେବେ ଶ୍ରେୟସ ଅୟର ନିକଟରେ ଶ୍ରୀଲଙ୍କା ବିପକ୍ଷ ଓଡିଆଇ ସିରିଜର ଅଂଶ ହୋଇଥିଲେ। ସିରିଜର ୩ଟି ଓଡିଆଇରେ ସେ ୯୪ରନ୍ ସ୍କୋର କରିଥିଲେ। ଏବେ ଆହତ ଅୟର ଚିକିତ୍ସା କରାଇବା ତଥା ଫିଟ ହେବା ପାଇଁ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ରେ ପହଞ୍ଚିଛନ୍ତି। ଏନସିଏ ଭାରତର ଘରୋଇ ତଥା ଆନ୍ତର୍ଜାତୀୟ କ୍ରିକେଟରଙ୍କ ସ୍ୱାସ୍ଥ୍ୟ ଏବଂ ଫିଟନେସର ଯତ୍ନ ନିଏ।