ସେପ୍ଟେମ୍ବର ୭ ସୁଦ୍ଧା ପ୍ରକାଶ ପାଇବ ନିଟ୍ ପରାକ୍ଷା ଫଳ

ଭୁବନେଶ୍ୱର:  ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି  (NTA) ପରିଚାଳିତ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ (NEET-UG) -୨୦୨୨ ଫଳ ସେପ୍ଟେମ୍ବର ୭ ସୁଦ୍ଧା ପ୍ରକାଶ ପାଇବା ସମ୍ଭାବନା ରହିଛି।

ଏହା ସହ ଛାତ୍ରଛାତ୍ରୀଙ୍କ ପାଇଁ ଏନ୍‌ଟିଏ ପକ୍ଷରୁ ଉତ୍ତର ସିଟ୍‌ ଛାଡ଼ି ଦିଆଯାଇଛି । ପରୀକ୍ଷା ଦେଇସାରିଥିବା ପ୍ରାର୍ଥୀମାନେ ଉତ୍ତର ସିଟ୍ ଯାଞ୍ଚ କରିପାରିବେ ଏବଂ ଅଫିସିଆଲ୍ NEET ୱେବସାଇଟ୍ neet.nta.nic.in. ରେ ଯାଞ୍ଚ କରି ଦେଖିପାରିବେ।

ପରୀକ୍ଷାର୍ଥୀ ଉତ୍ତର ସିଟ୍‌ ଡାଉନଲୋଡ କରି ପରୀକ୍ଷା ଶେଷ ପରେ ନେଇଥିବା ନିଜର ଓଏମଆର ନକଲ ସିଟ୍‌ରେ ଉତ୍ତର ଯାଞ୍ଚ କରିବାକୁ କୁହାଯାଇଛି । ଅଭିଯୋଗ ଥିଲେ ଅଗଷ୍ଟ ୩୦ ସୁଦ୍ଧା ପ୍ରତି ପ୍ରଶ୍ନ ପିଛା ୨୦୦ ଟଙ୍କା ଜମା କରି ଅଭିଯୋଗପତ୍ର ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ଜୁଲାଇ ୧୭ରେ ୩୫୭୦ କେନ୍ଦ୍ରରେ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ଏହି ପରୀକ୍ଷା ପାଇଁ ମୋଟ ୧୮ଲକ୍ଷ ୭୨ହଜାର ୩୪୩ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ।

Related Articles

Back to top button