ନିୟମିତ ଖାଦ୍ୟରେ ସାମିଲ କରନ୍ତୁ ଅଦା, ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ

ବର୍ଷାଦିନେ ସଂକ୍ରମଣର ଅଧିକ ସମ୍ଭାବନା ରହିଥାଏ। ତେଣୁ ଏହି ସମୟରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ସହ ପାଚନ ତନ୍ତ୍ର ସୁସ୍ଥ ରହିବା ଆବଶ୍ୟକ। ଏଥିପାଇଁ ରୋଷେଇ ଘରେ ଥିବା କିଛି ଜିନିଷ ଯାହା ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିବା ସହ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭକାରୀ ହୋଇଥାଏ। ଜାଣନ୍ତୁ…

ଶରୀରରେ କୌଣସି ସ୍ଥାନରେ ଯନ୍ତ୍ରଣା,ପେଟରେ ଯନ୍ତ୍ରଣା ଭଳି ସମସ୍ୟାକୁ ଦୂର ସହ ଅଦା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହାକୁ ଚା’ରେ ବ୍ୟବହାର କରି ମଧ୍ୟ ପିଇପାରିବେ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି, ଥଣ୍ଡାକାଶକୁ ଦୂର ପାଇଁ ୧ ଚାମଚ ଅଦା ଗୁଣ୍ଡ,ଅଳ୍ପ ହଳଦୀ ଗୁଣ୍ଡ ଓ ମହୁ ମିଶାଇ ପିଅନ୍ତୁ।

ଗୁଆ ଘିଅ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ। ଏହାସହ ଦେଶୀ ଘିଅ ସେବନ ଦ୍ୱାରା ମାଂସପେଶୀକୁ ମଜଭୂତ କରିବା ସହ,ସ୍ମରଣ ଶକ୍ତି,ତ୍ୱଚାର ଚମକ,କେଶ,ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ହୋଇଥାଏ।

ପୁଦିନାପତ୍ର ସମସ୍ତ ସମୟରେ ସେବନ କରିପାରିବେ। ଏହା ଥଣ୍ଡା, ଏସିଡିଟି, ବଦହଜମି, ବ୍ରଣ, କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଏଥିପାଇଁ ଆପଣ ବାସ ୧ କପ ପୁଦିନା ଚା’ ପିଅନ୍ତୁ। ଅଳ୍ପ କିଛି ପାଣିରେ ପୁଦିନାପତ୍ର ପକାଇ ଗ୍ୟାସରେ ବସାଇ ଏହାକୁ ଫୁଟାନ୍ତୁ। କିଛି ସମୟ ପରେ ଏହାକୁ ଛାଣି ଦିଅନ୍ତୁ। ଏହାସହ ଏହାକୁ ପିଇବା ଦ୍ୱାରା ମନ ଶାନ୍ତ, ଚିନ୍ତା ଦୂର, ଶରୀରକୁ ଶକ୍ତି ମିଳିଥାଏ।

Related Articles

Back to top button