
୩ ମାସ ଶିଶୁର ରେଟିନା ଅସ୍ତ୍ରୋପଚାର
ଦିନକୁ ଦିନ ଚିକିତ୍ସା ବିଜ୍ଞାନ ଆଗକୁ ବଢ଼ୁଥିବା ବେଳେ ଅନେକ ଭୟଙ୍କର ରୋଗରୁ ଲୋକମାନେ ସୁସ୍ଥ ଲାଭ କରୁଥିବା ଦେଖାଯାଉଛି । ଏହା ମଧ୍ୟରେ ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ୩ ମାସର ଶିଶୁର ରେଟିନା ଅସ୍ତ୍ରୋପଚାର ସଫଳତାର ସହିତ କରାଯାଇଛି । ଏହି ଅସ୍ତ୍ରୋପଚାର ଫଳରେ ଶିଶୁଟି ଏବେ ଭଲଭାବେ ଦେଖି ପାରୁଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଶିଶୁଟିର ଦୃଷ୍ଟିଶକ୍ତି ଆବଶ୍ୟକତା ଅନୁସାରେ ବିକାଶ ହେଉନଥିବା ସ୍କ୍ରିନିଂ ମାଧ୍ୟମରେ ଜଣାପଡ଼ିଥିଲା । ତେଣୁ ଶିଶୁଟି ଦେଖିବାକୁ ଅସମର୍ଥ ବୋଲି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (କିମ୍ସ)ର ଡାକ୍ତରମାନେ ଜାଣିପାରିଥିଲେ । ତେଣୁ ପ୍ରଥମେ ଶିଶୁଟିର ଲେଜର ଚିକିତ୍ସା କରାଯିବା ସହ ପରେ ବାମ ଆଖିରେ ଅସ୍ତ୍ରୋପଚାର କରାଯାିଥିଳା ।
ଦୀର୍ଘ ୧ ଘଣ୍ଟାର ପରିଶ୍ରମ କରି ଏକ ୫ ଜଣିଆ ଡାକ୍ତର ଟିମ୍ ଶିଶୁର ରେଟିନା ଅସ୍ତ୍ରୋପଚାର କରି ଶେଷରେ ସଫଳ ହୋଇଥିଲେ ।