RRR ଫିଲ୍ମର ଅଭିନେତାଙ୍କ ୫୮ ବର୍ଷ ବୟସରେ ପରଲୋକ

ଆରଆରଆର ଫିଲ୍ମରେ ଖଳନାୟକ ଚରିତ୍ରରେ ନଜର ଆସିଥିବା ଅଭିନେତାଙ୍କ ମୃତ୍ୟୁ । ଆରପାରିରେ ଅଭିନେତା ରେ ଷ୍ଟିବନସନ୍ । ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ତେବେ ଗତ ୩ ଦିନ ତଳେ ହିଁ ସେ ତାଙ୍କର ଜନ୍ମଦିନ ପାଳନ କରିଥିଲେ ।

ତାଙ୍କ ଅଭିନୟରେ ସେ ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ । ତେବେ ଆରଆରଆର ଫିଲ୍ମ ସହିତ ଷ୍ଟିବନସନ୍ ହଲିଉଡ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।

୧୯୬୪ ମସିହା ମେ ମାସ ୨୫ ତାରିଖରେ ଆର୍ୟଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିବା ଷ୍ଟିବନସନ୍ ୧୯୯୦ ବେଳକୁ ଫିଲ୍ମ ଦୁନିଆରେ ପାଦ ରଖିଥିଲେ । ସେତେବେଳେ ସେ ୟୁରୋପୀୟ ଫିଲ୍ମ ଓ ସିରିଜରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୯୮ ମସିହାରେ ସେ ତାଙ୍କର ପ୍ରଥମ ଫିଲ୍ମ କରିଥିଲେ, ଯାହାର ନାଁ ଥିଲା ଦ ଥିଓରୀ ଅଫ୍ ଫ୍ଲାଇଟ୍ ।

Related Articles

Back to top button