ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆର୍‌ଆଇ

କୋରାପୁଟ : ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଅଧିକାରୀ। କୋରାପୁଟ ତହସିଲର ଶୁକୁ ଅଞ୍ଚଳର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ) ଅମିୟ କୁମାର ବେହେରାଙ୍କୁ ଜୟପୁର ଭିଜିଲାନ୍ସ କର୍ମଚାଚାରୀ କାବୁ କରିଛନ୍ତି। ପୈତୃକ ସମ୍ପତିକୁ ୨ ଭାଇଙ୍କ ମଧ୍ୟରେ ଭାଗବଣ୍ଟା କରି ଜମି ପଟା କରାଇବାକୁ ସମ୍ପୃକ୍ତ ଆରଆଇ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଛନ୍ତି।

ଖବର ଅନୁସାରେ ସେ ୨ ଭାଇଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୧୦ ହଜାର ଟଙ୍କା ଆଗରୁ ନେଇ ଥିବାବେଳେ ଆଜି ପୁଣି ୬ ହଜାର ଟଙ୍କା ନେବାବେଳେ ସେ ଧରାପଡ଼ିଛନ୍ତି। ଲାଞ୍ଚ ନଦେଲେ ଜମି ପଟ୍ଟା କରାଇବେ ନାହିଁ ବୋଲି ସେ କହିବା ପରେ ୨ ଭାଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏବେ ଜୟପୁର ଭିଜିଲାନ୍ସ  ଟିମ୍ କୋରାପୁଟରେ ଥିବା ତାଙ୍କ ଘରେ ଚଢ଼ଉ ଜାରି ରଖିଛନ୍ତି।

Related Articles

Back to top button