
ଭିଜିଲାନ୍ସ ଜାଲରେ ଆର୍ଆଇ ଡଲି ସେଠୀ
ବାଲେଶ୍ୱର: ବାଲେଶ୍ୱର ଜିଲା ସଦର ତହସିଲ ଅଧୀନ ବଇଞ୍ଚା ଆର୍ଆଇ ଡଲି ସେଠୀ ମଙ୍ଗଳବାର ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ସରକାରଙ୍କ ପାରିବାରିକ ମୃତ ଜନିତ ସହାୟତା ଯାଞ୍ଚ ରିପୋର୍ଟ ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ। ୧୦ ହଜାର ଟଙ୍କା ଜବତ ସହ ଆରଆଇଙ୍କୁ ଗିରଫ କରାଯାଇଛି।