ସିଓପି ୨୭ ଶିଖର ସମ୍ମିଳନୀ ଆଧାରରେ ପ୍ରସ୍ତୁତ ସନ୍ଧିର ପ୍ରଥମ ଡ୍ରାଫ୍ଟରେ ଭାରତ ଏବଂ ୟୁରୋପୀୟ ସଂଘର ଅପିଲକୁ ସ୍ୱୀକାର

ନୂଆଦିଲ୍ଲୀ: ସିଓପି ୨୭ ଶିଖର ସମ୍ମିଳନୀ ଆଧାରରେ ପ୍ରସ୍ତୁତ କରାଯାଇଥିବା ସନ୍ଧିର ପ୍ରଥମ ଡ୍ରାଫ୍ଟ ସର୍ବଜନୀନ କରିଲା ଜାତିସଂଘ । ଏଥିରେ ସମସ୍ତ ଜୀବାସ୍ମ ଇନ୍ଧନର ବ୍ୟବହାରକୁ ପର୍ଯ୍ୟାୟକ୍ରମେ ବନ୍ଦ ନକରିବା ନେଇ ଭାରତ ଏବଂ ୟୁରୋପୀୟ ସଂଘର ଅପିଲକୁ ସ୍ୱୀକାର କରାଯାଇଛି ।

ମିଳିତ ଜାତିସଂଘର ଜଳବାୟୁ ସଂସ୍ଥା ଏହି ଡ୍ରାଫ୍ଟକୁ ବର୍ତ୍ତମାନ ‘ନନ୍‌-ପେପର’ ନାଁ ଦେଇଛି । ଏହା ସଂକେତ ଦେଉଛି ଯେ ଏହା ଚୂଡାନ୍ତ ସଂସ୍କରଣ ନୁହେଁ । ଏଥିରେ ଗତ ବର୍ଷର ଗ୍ଲାସଗୋ ଜଳବାୟୁ ଚୁକ୍ତିର ଲକ୍ଷ୍ୟକୁ ମଧ୍ୟ ଦୋହରା ଯାଇଛି ।

ଏହି ଲକ୍ଷ୍ୟ ଅନିୟନ୍ତ୍ରିତ କୋଇଲା ଆଧାରିତ ବିଜୁଳି ବ୍ୟବହାରକୁ ପର୍ଯ୍ୟାୟକ୍ରମେ ଶେଷ କରିବା ପାଇଁ ପଦକ୍ଷେପକୁ ଦ୍ରୁତ କରିବା ସହ ଜୀବାସ୍ମ ଇନ୍ଧନ ସହ ଜଡିତ ସବସିଡିକୁ କାମ କରିବା ସହ ଧିରିଧିରେ ଏହାକୁ ଶେଷ କରିବା ଉପରେ ଆଧାରିତ ।

ଡ୍ରାଫ୍ଟରେ ପ୍ୟାରିସ ବୁଝାମଣାର ତାପମାତ୍ରା ଲକ୍ଷ୍ୟକୁ ହାସଲ କରିବା ପାଇଁ ସବୁ ସମ୍ଭବ ପ୍ରୟାସର ଗୁରୁତ୍ୱ ଉପରେ ଜୋର ଦିଆଯାଇଛି । ପ୍ରାୟ ୨୦୦ ଦେଶର ପ୍ରତିନିଧିଙ୍କ ଅନୁରୋଧରେ ଚୂଡ଼ାନ୍ତ ସନ୍ଧିରେ ଏହି ବିଷୟ ଗୁଡିକ ସାମିଲ କରାଯାଇଛି।

Related Articles

Back to top button