ବାଲୁକାକଳାରେ ଦ୍ରୌପଦୀଙ୍କୁ ଶୁଭେଚ୍ଛା

ପୁରୀ: ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲେ ହେଁ ଚୂଡ଼ାନ୍ତ ଫଳାଫଳ ପ୍ରକାଶକୁ ଅପେକ୍ଷା ରହିଛି। ଗୁରୁବାର ନିର୍ବାଚନର ଗଣତି ଜାରି ରହିଥିବା ବେଳେ ସାରା ରାଜ୍ୟରେ ଉତ୍ସବର ବାତାବରଣ ଦେଖିବାକୁ ମିଳୁଛି।

 

ଏହି କ୍ରମରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜର କଳା ମାଧ୍ୟମରେ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୁରୀ ବେଳାଭୂମିରେ ସେ ତାଙ୍କର ଏକ ବାଲୁକା କଳା ସହ ଇଂରାଜୀରେ ‘ମେରା ଭାରତ ମହାନ। ବେଷ୍ଟ ଉଇସେସ୍‌ ଟୁ ଶ୍ରୀମତି ଦ୍ରୌପଦୀ ମୁର୍ମୁ’ ବୋଲି ଲେଖିଛନ୍ତି।

Related Articles

Back to top button