ବାଲୁକା କଳା ମାଧ୍ୟମରେ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ବାଲୁକା କଳା ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। ସମସ୍ତଙ୍କ ପ୍ରିୟ ଅଭିନେତା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ନିଧନରେ ସାରା ଭାରତବାସୀ ଦୁଃଖିତ। ତାଙ୍କ ନିଧନରେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ।

ପୁରୀ ଲାଇଟ ହାଉସ ବେଳାଭୂମିରେ ମାନସ ସାହୁ ବାଲିରେ ରାଜୁ ଶ୍ରୀବାସ୍ତବଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କର କମେଡିକୁ ମନେ ପକାଇ ତାଙ୍କୁ ହୃଦୟର ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ବାଲୁକା ମୂର୍ତ୍ତିଟି ୧୫ ଫୁଟ ଓସାର ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧୦ ଟନ ବାଲି ଉପଯୋଗ କରାଯାଇଛି। ଏହାକୁ ନିର୍ମାଣ କରିବା ପାଇଁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା।

Related Articles

Back to top button