ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଳୁକା କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

ସାରା ଦେଶରେ, ସମସ୍ତ ଦେଶବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି କ୍ରିକେଟର ଫିଭର । କିଛି ଘଣ୍ଟା ପରେ ସାରା ଭାରତ ଦେଖିବାକୁ ପାଇଁବ ଭାରତୀୟ ଦଳର ଏକ ଅବିସ୍ମରଣୀୟ ଖେଳ । ଆଜି ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ହେବେ ମୁହାଁମୁହିଁ । ଏଥିପାଇଁ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ତେବେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବା ପାଇଁ କିଏ ହୋମ ଯଜ୍ଞ କରୁଛନ୍ତି ତ ଆଉ କିଏ ୫୦୦ ଫୁଟର ତ୍ରିରଙ୍ଗା ଧରି ରୋହିତ ବାହିନୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ସେହିପରି ଏହିକ୍ରମରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଳୁକା କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ବାଲୁକା କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଗୁଡ୍‌ ଲକ୍‌ କହିଛନ୍ତି ବାଲୁକା ଶିଳ୍ପୀ । ତାଙ୍କ ବାଲୁକାରେ ଅହମ୍ମଦାବାଦ୍‌ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌କୁ ମଧ୍ୟ ଚିତ୍ରଣ କରାଯାଇଛି । ତାହା ବେଶ ଆକର୍ଷଣୀୟ ମଧ୍ୟ ହୋଇଛି ।

Related Articles

Back to top button