ସୁନ୍ଦରପଦା ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଘଟଣା: ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ

ଭୁବନେଶ୍ୱର: ସୁନ୍ଦରପଦା ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଘଟଣା । ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ । ଗତକାଲି କଲେଜ କନଫରେନ୍ସ ହଲରୁ ମିଳିଥିଲା ଛାତ୍ରୀଙ୍କ ମୃତଦେହ । ସେପଟେ ଖବର ପାଇ ବଲାଙ୍ଗୀରରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ପରିବାର ଲୋକେ ।

ସୂଚନା ଥାଉକି, ଭୁବନେଶ୍ୱର ସୁନ୍ଦରପଦାସ୍ଥିତ ଏକ ଘରୋଇ ନର୍ସିଂ ସ୍କୁଲରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଗତକାଲି ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଠାବ ହୋଇଥିଲା । ସୁନ୍ଦରପଦାସ୍ଥିତ ଜାମୁକୋଳି ଠାରେ ଥିବା ଏକ ଘରୋଇ ନର୍ସିଂ କଲେଜରେ ସେ ପ୍ରଥମ ବର୍ଷ ଛାତ୍ରୀ ଥିଲେ ।

ମୃତ ଛାତ୍ରୀ ଜଣଙ୍କ ବଲାଙ୍ଗିର ଅଞ୍ଚଳର । ତେବେ ସେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଏୟାରଫିଲ୍ଡ ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Related Articles

Back to top button