ପୁଷ୍ପା ଫିଲ୍ମ ଷ୍ଟାଇଲ୍‌ରେ ଚାଲାଣ ହେଉଥିଲା ୨ କୋଟିର ରକ୍ତ ଚନ୍ଦନ କାଠ, ୧୧ ଗିରଫ

ଗଜପତି: ପୁଷ୍ପା ସିନେମା ଷ୍ଟାଇଲରେ ବିରଳ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ବେଳେ ଧରିଲା ପୋଲିସ୍‌ । ଓଡ଼ିଶାରୁ ଚେନ୍ନାଇ ଚୋରା ଚାଲାଣ ହେଉଥିବା ବେଳେ ଧରାପଡ଼ିଛନ୍ତି ମୂଲ୍ୟବାନ କାଠ ଚୋର । ୪୦୭ ଟ୍ରକ ଯୋଗେ ଏହି ଚାଲାଣ ହେଉଥିଲା । ଆନ୍ଧ୍ର ପୋଲିସ ଦ୍ବାରା ବିପୁଳ ପରିମାଣର ରକ୍ତ ଚନ୍ଦନ କାଠ ଜବତ କରାଯାଇଥିବା ବେଳେ ଏହି ଚାଲାଣରେ ଜଡ଼ିତ ୧୧ ଜଣଙ୍କୁ ଗିରଫ କରାଯାଇଛି । ଜବତ କାଠର ଆନୁମାନିକ ମୁଲ୍ୟ ଦୁଇ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି । ଗିରଫ ଅଭିଯକ୍ତ ମାନଙ୍କ ମଧ୍ୟରୁ ତିନି ଜଣ ଗଜପତି ଜିଲ୍ଲାର ହୋଇଥିବା ସୂଚନା ମିଳିଛି ।

Related Articles

Back to top button