ଜଗତସିଂହପୁରରେ କୂଳ ଲଙ୍ଘୁଛି ସମୁଦ୍ର: ୨୦ରୁ ଅଧିକ ଗାଁ ଲୋକ ଚିନ୍ତାରେ

ଜଗତସିଂହପୁର: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା।  କେଉଁଠି ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି ତ କେଉଁଠି କୂଳ ଲଙ୍ଘୁଛି ସମୁଦ୍ର। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଦ୍ମପୁର ପଂଚାୟତ ଶିଆଳି ନିକଟରେ ଦେଖିବାକୁ ମିଳିଛି ସମୁଦ୍ରର ତାଣ୍ଡବା। ବର୍ଷା ସାଙ୍ଗକୁ କୂଳ ଲଙ୍ଘୁଛି ସମୁଦ୍ର। ଫଳରେ ଶିଆଳି ସମେତ କଳା ବେଦି ଓ ରାମତରା ଗାଁ ଜଳ ମଗ୍ନ ହୋଇଛି। ଏହା ସହିତ 5 ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମିରେ ଲୁଣା ମାଡି ଯାଇଛି।

ସେହିପରି ଗୁରୁବାର ବିଳମ୍ବିତ ରାତିରେ ଗଡ଼ ହରିସପୁର ପଂଚାୟତ ନୋଳିଆ ସାହି ଠାରେ ମଧ୍ୟ ସମୁଦ୍ର ଜନ ବସତି ଆଡ଼କୁ ମାଡି ଆସିଛି।  ନୋଳିଆ ସାହି ଗାଁରେ ପାଣି ପଶି ଯାଇ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଏବେ ସମୁଦ୍ର ଜୁଆରିଆ ରହୁଥିବାରୁ ଅଧିକ କ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଥିବାରୁ  ସମୁଦ୍ର ତଟବର୍ତ୍ତି 20 ଟି ଉର୍ଦ୍ଧ୍ବ ଗାଁର ଲୋକମାନେ ଏବେ ଆତଙ୍କିତ।

ପ୍ରତିବର୍ଷ ବର୍ଷା ଦିନେ ଏଠାରେ ସମୁଦ୍ର ଏମିତି ଉଗ୍ର ରୂପ ଧାରଣ କରି ଜନବସତି ଆଡ଼କୁ ମାଡି ଆସିବା ସହ ବ୍ୟାପକ କ୍ଷତି ଘଟାଇ ଥାଏ।  ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷପ ଗ୍ରହଣ କରାନଯିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Related Articles

Back to top button