ଆଜିଠୁ ଦ୍ୱିତୀୟ ସ୍ପେଶାଲ ଓଜେଇଇ

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହେଉଛି ଦ୍ୱିତୀୟ ସ୍ପେଶାଲ ଓଜେଇଇ (ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୨) । ସେପ୍ଟେମ୍ବର ୪ ଏବଂ ୭ରେ ମଧ୍ୟ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଏବଂ ପାଟନା ବ୍ୟତୀତ ଓଡିଶାର ୩୮ ଟି ପରୀକ୍ଷା କେନ୍ଦ୍ରରେ ୨୮ଟି ସହରରେ ଏମବିଏ, ବିଟେକ୍ ଏବଂ ବି ଫାର୍ମା କୋର୍ସ ପାଇଁ ଏହି ପରୀକ୍ଷା କରାଯିବ।

ଚଳିତ ବର୍ଷ ଓଜେଇଇ ପାଇଁ ମୋଟ ୨୮ ହଜାର ୬୨୦ ପ୍ରାର୍ଥୀ ଆବେଦନ କରିଛନ୍ତି। ଚାରୋଟି ପର୍ଯ୍ୟାୟରେ ସକାଳ ୯ ଟାରୁ ୫.୩୦ ପର୍ଯ୍ୟନ୍ତ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯିବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି ।

ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସକାଳ ୯ଟା ରୁ ୧୦ଟା, ଦ୍ୱିତୀୟ ପର୍ଯ୍ୟାୟ ସକାଳ ୧୧.୩୦ରୁ ୧୨.୩୦, ତୃତୀୟ ପର୍ଯ୍ୟାୟ ଅପରାହ୍ନ ୨ଟା ରୁ ୩ଟା ଏବଂ ଚତୁର୍ଥ ପର୍ଯ୍ୟାୟ ଅପରାହ୍ନ ୪.୩୦ ରୁ ୫.୩୦ ପର୍ଯ୍ୟନ୍ତ ପରୀକ୍ଷା କରାଯିବ ବୋଲି ଧାର୍ଯ୍ୟ କରାଯାଇଛି ।

ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ଧରି ସ୍ୱତନ୍ତ୍ର ଓଜେଇଇ ପରିଚାଳିତ ହୋଇପାରିନଥିଲା । କୋଭିଡ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରି ମଧ୍ୟରେ ପରୀକ୍ଷା ଆୟୋଜନ କରାଯାଉଛି । ଏବଂ ପରୀକ୍ଷା କେନ୍ଦ୍ରରେ ମଧ୍ୟ ଏହି ନିୟମକୁ ଗୁରୁତ୍ୱ ଦିଆଯିବ।

ପରୀକ୍ଷା କେନ୍ଦ୍ରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବିନା ମାସ୍କରେ ପ୍ରାର୍ଥୀମାନଙ୍କୁ ପରୀକ୍ଷା ହଲରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି ।

Related Articles

Back to top button