ଯୁଦ୍ଧ ପାଇଁ ରାଜପରିଷଦ ସହ ମନ୍ତ୍ରଣା କରିବେ ମଥୁରା ଅଧିପତି ।

ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନରେ ଆସନ୍ନ ଯୁଦ୍ଧ ପାଇଁ ରାଜପରିଷଦ ସହ ମନ୍ତ୍ରଣା କରିବେ ମଥୁରା ଅଧିପତି । ଏହାସହ ତଥାକଥିତ ଅଧିକାରୀଙ୍କ ସହ ଆଲୋଚନା କରିବେ । କୃଷ୍ଣଙ୍କୁ ନେଇ ମଥୁରାବାସୀଙ୍କ ମନରେ ଭକ୍ତିଭାବ ସୃଷ୍ଟି ହୋଇଛି । କଂସର ତାଡନାରୁ ମୁକ୍ତି ପାଇଁ ନିଜ ତ୍ରାଣକର୍ତ୍ତା ଶ୍ରୀକୃଷ୍ଣଙ୍କ ଆସିବା ବାଟକୁ ଚାହିଁ ରହିଛନ୍ତି ମଥୁରାବାସୀ । ଏହାଦେଖି ଭୟଭୀତ କଂସ । ତେଣୁ ନିଜର ଭୟ ଲୁଚାଇବାକୁ ରଙ୍ଗସଭାରେ ନୃତ୍ୟଗୀତ ଆୟୋଜନ କରିଛନ୍ତି ମହାରାଜ । ସେପଟେ ଗୋପରେ କୃଷ୍ଣ ପ୍ରେମରେ ରଙ୍ଗାୟିତ ହୋଇଛନ୍ତି ଗୋପୀ ଗୋପାଙ୍ଗନା । ଆଜି ଗୋପରେ ଗୋପୀଙ୍କ ଦଧିବିକା ଓ ବସ୍ତ୍ର ହରଣ ଦୃଶ୍ୟ ଅଭିନିତ ହେବ । ଯାତ୍ରାର ପଞ୍ଚମ ଦିନରେ ଜାମଳାର୍ଜୁନଙ୍କୁ ଉଦ୍ଧାର କରିବା ସହ କାଳୀୟ ନାଗର ଗର୍ବ ଖଣ୍ଡନ କରି କାଳୀୟ ଦଳନ କରିଛନ୍ତି ଭଗବାନ ଶ୍ରୀକୃଷ୍ଣ । ଏହାସହ ମାଟି ଖାଇ ବିଶ୍ବରୂପ ଦର୍ଶନ କରାଇଛନ୍ତି ।

Related Articles

Back to top button