ତାପମାତ୍ରା କମିବା ସହ ବଢୁଛି ଶୀତ , କଲବଲ କରୁଛି କୁହୁଡି

ରାଜ୍ୟରେ ରାତିର ତାପମାତ୍ରା କମିବା ସହ ବଢୁଛି ଶୀତ । ଏହା ସହ କଲବଲ କରୁଛି କୁହୁଡି । ଆହୁରି 3 ଦିନ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଆଜି ଏବଂ 21 ଓ 22 ତାରିଖରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି ।

ଆଜି ସକାଳ 8.30 ଯାଏଁ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଅନୁଗୁଳ ପାଇଁ ଆଲର୍ଟ ଜାରି ହୋଇଛି । ତେବେ ଆଜି ଠାରୁ 21 ତାରିଖ ଯାଏଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳକୁ ଆଲର୍ଟ ଜାରି ହୋଇଛି । ଘନକୁହୁଡ଼ିକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ ଓ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଏଥିସହ ଦୁର୍ଘଟଣା ଏଡ଼ାଇବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।ଏଥିସହିତ ଆସନ୍ତା 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ । ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ଏବେ ଫସଲ ଅମଳ ଚାଲିଥିବାରୁ ବର୍ଷା ଯୋଗୁ ଅମଳ କ୍ଷତିଗ୍ରସ୍ତ ହେବାର ଭୟ ଘନେଇଛି । ପୁଣି ମଣ୍ଡିରେ ଧାନ ସଂଗ୍ରହ ଚାଲିଥିବାରୁ ଖୋଲା ଆକାଶରେ ପଡ଼ିଥିବା ଧାନ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

Related Articles

Back to top button