ଶ୍ରୀମନ୍ଦିର ଭିତରେ ବ୍ରାଉନସୁଗାର କାରବାରରେ ଛୋଟ ପିଲାମାନଙ୍କୁ କରାଯାଉଛି ସାମିଲ

ଶ୍ରୀମନ୍ଦିର ଭିତରେ ଚାଲିଛି ବ୍ରାଉନସୁଗାର କାରବାର। ମହାପ୍ରଭୁ ଜଗନ୍ନାଥଙ୍କ ଆବାସ ସ୍ଥାନରେ ମଧ୍ୟ ଚୋରାରେ ନିଶା କାରବାର ହେଉଛି । ପିଲାଙ୍କ ହାତରେ କାରବାର ହେଉଛି ବ୍ରାଉନସୁଗାର । ସୂଚନା ଅନୁସାରେ, ପୁରୀରେ ଶ୍ରୀମନ୍ଦିର ଭିତରେ ନିଶାକାରବାରରେ ଛୋଟ ପିଲାମାନଙ୍କୁ ମଧ୍ୟ ସାମିଲ କରାଯାଉଛି। ଶ୍ରୀମନ୍ଦିର ଭିତରେ ଥିବା ମା ବିମଳାଙ୍କ ମନ୍ଦିର ନିକଟରେ ଏକ ନାବାଳକ ଏକ ଛୋଟ ଡବାରୁ ବ୍ରାଉନସୁଗାର ଭାଗ କରୁଥିଲା l

ମନ୍ଦିରରେ ଡିଉଟି କରୁଥିବା ଜଣେ ସୁରକ୍ଷାକର୍ମୀ ସେହି ପିଲାଟିକୁ ଦେଖି ତା ହାତରୁ ସେହି ଡବାକୁ ଜବତ କରିଥିଲେ l ସେହି ଡବା ଖୋଲିବା ପରେ ଡବାରୁ ବାହାରିଥିଲା ବ୍ରାଉନସୁଗାର । ସୁରକ୍ଷାକର୍ମୀ ଏହାକୁ ଦେଖି ପିଲାଟିକୁ ଏ ସମ୍ପର୍କରେ ପଚରାଉଚରା କରିଥିଲେ । ପ୍ରଶ୍ନର ଉତ୍ତର ଦେଇ ପିଲାଟି କହିଥିଲା କି , “ଶ୍ରୀମନ୍ଦିର ଭିତରେ ବ୍ରାଉନସୁଗାର ବିକିବା ପାଇଁ ମତେ କୁହାଯାଇଥିଲା ” । ଏହି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ସିଂହଦ୍ୱାର ଥାନା ପୋଲିସ ପିଲାଟିକୁ ହେପାଜତରେ ନେଇଛି ବୋଲି ସୂଚନା ମିଳିଛି।

Related Articles

Back to top button