ପୁଲିସ୍‌ ହେପାଜତରେ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ଥିବା ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ  ଏବେ ପୁଲିସ୍‌ ହେପାଜତରେ। ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ସୌମ୍ୟଜିତଙ୍କୁ ହେପାଜତକୁ ନେଇଥିବା ସୂଚନା ମିଳିଛି । ଏହି ଘଟଣାରେ କମିଶନରେଟ ପୁଲିସ୍‌ ତାଙ୍କୁ ପଚରାଉଚରା କରିପାରେ ବୋଲି ଜଣାଯାଇଛି ।

ଶ୍ୱେତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ସୌମ୍ୟଜିତ ତାଙ୍କ ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ। ଏହି ଅଭିଯୋଗରେ ଗତକାଲିଠୁ ସୌମ୍ୟଜିତଙ୍କ ବିରୋଧରେ ୩୦୬ ଦଫାରେ ମାମଲା ରୁଜୁ କରି ଖୋଜୁଥିବା ପୁଲିସ୍‌ ଆଜି ତାଙ୍କୁ ନିଜ ହେପାଜତକୁ ନେଇଛି। ତେବେ ପୁଲିସ୍‌ କେଉଁଠୁ ଓ କିପରି ସୌମ୍ୟଜିତଙ୍କୁ କାବୁ କଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

ଶୁକ୍ରବାର ବିଳମ୍ବିତ ରାତିରେ ଶ୍ୱେତା ରୁମ୍‌ ଭିତରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶନିବାର ଘର ଲୋକେ ତାଙ୍କୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ମୋବାଇଲ ସୁଇଚ ଅଫ୍ ଥିଲା। ଶ୍ୱେତାଙ୍କ ସହିତ ଯୋଗାଯୋଗ କରିବାରେ ବିଫଳ ହେବା ପରେ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌କୁ ଖବର ଦେଇଥିଲେ। ଏହା ପରେ ପୁଲିସ ଶ୍ୱେତା ରହୁଥିବା ଆପାର୍ଟମେଣ୍ଟକୁ ଯାଇ କବାଟ ବାଡ଼େଇ ଭାଙ୍ଗିଥିଲା। ଏହାପରେ ଶ୍ୱେତା ବେକରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିବା ପୁଲିସ୍ ଦେଖିବାକୁ ପାଇଥିଲା।

Related Articles

Back to top button