କାଳବୌଶାଖୀ ପ୍ରଭାବରେ କେଉଁଠି ବଜ୍ରପାତ ତ ଆଉ କେଉଁଠି କୁଆପଥର ମାଡ

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୌଶାଖୀ ପ୍ରଭାବରେ କେଉଁଠି ବଜ୍ରପାତ ହୋଇଛି ତ ଆଉ କେଉଁଠି କୁଆପଥର ମାଡ ହୋଇଛି ତ ଆଉ କେଉଁଠି ତୁହାକୁ ତୁହା ବର୍ଷା ହେଉଛି । କୁଆ ପଥର ମାଡରେ ଉଜୁଡି ଯାଇଛି ଧାନ ଫସଲ। ତା’ସହ ପ୍ରବଳ କୁଆ ପଥର ମାଡ଼ ଯୋଗୁ ଏସବୁ ଅଞ୍ଚଳରେ ବ୍ୟାପକ ନଷ୍ଟ ହୋଇଛି ଧାନ ଫସଲ ଓ ପରିବା ଚାଷ । ସେପଟେ ଗଞ୍ଜାମ ବଡ଼ଗଡ଼ ଥାନା ନୂଆଗାଁରେ ବଜ୍ରାଘାତରେ ୩୨ଟି ଛେଳିର ଜୀବନ ଯାଇଛି । ଗତକାଲି ବର୍ଷା ପାଇଁ ଛେଳି ଗୁଡିକ ଗଛ ମୂଳେ ଥିବାବେଳେ ହଠାତ ବଜ୍ରାଘାତ ହୋଇଥିଲା । ସେହିପରି ରାଉରକେଲା ସହରରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅନ୍ୟପଟେ ୨୬ ତାରିଖଠାରୁ ପୁଣିଥରେ ତାତି ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button