ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ଫିଲ୍ଡ ଅମ୍ପାୟରଙ୍କ ସଫ୍ଟ ସିଗ୍ନାଲକୁ ଶେଷ କରିବ ଆଇସିସି

ମୁମ୍ବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଫିଲ୍ମ ଅମ୍ପାୟରଙ୍କ ସଫ୍ଟ ସିଗ୍ନାଲ ଶେଷ କରିବାକୁ ଯାଉଛି । ଏହାର ଆରମ୍ଭ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ହେବ । ଏହି ମ୍ୟାଚ ୭ଜୁନରେ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ମ୍ୟାଚ ସମୟରେ ଗ୍ରାଉଣ୍ଡ ଅମ୍ପାୟର ଯଦି କୌଣସି ନିଷ୍ପତି ଥାର୍ଡ ଅମ୍ପାୟରଙ୍କ ଉପରେ ଛାଡିଥାଏ ତାହାକୁ ସଫ୍ଟ ସିଗ୍ନଲ କୁହାଯାଏ । ଏଥିପାଇଁ ଫିଲ୍ଡ ଅମ୍ପାୟରଙ୍କୁ ପ୍ରଥମେ ନିଜର ନିଷ୍ପତି ଜଣାଇବାକୁ ପଡିଥାଏ । ଯଦି ଥାର୍ଡ ଅମ୍ପାୟର ମଧ୍ୟ ନିଷ୍ପତି ନ ନେଇପାରେ ତାହାହେଲେ ଫିଲ୍ଡ ଅମ୍ପାୟରଙ୍କ ନିଷ୍ପତିକୁ ବଳବତର ରଖା ଯାଇଥାଏ । ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଗଠିତ ଆଇସିସି କ୍ରିକେଟ କମିଟି ଏହାକୁ ଶେଷ କରିବା ପାଇଁ ଯୋଜନା କରିଛି ।

ନୂତନ ନିୟମ ଅନୁସାରେ ଥାର୍ଡ ଅମ୍ପାୟରଙ୍କ ନିକଟକୁ ନିଷ୍ପତି ରେଫର କରାଗଲେ ଏଥିପାଇଁ ଫିଲ୍ଡ ଅମ୍ପାୟରଙ୍କୁ କୌଣସି ନିଷ୍ପତି ନେବା ଆବଶ୍ୟକ ରହିବ ନାହିଁ । ସେମାନେ ସିଧାସଳଖ ରେଫର କରିପାରିବେ । ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ଅବସରରେ ମାର୍ନସ ଲାବୁସେନଙ୍କୁ ଫିଲ୍ଡ ଅମ୍ପାୟର ଆଉଟ ଘୋଷଣା କରିଥିଲେ । ପରେ ଥାର୍ଡ ଅମ୍ପାୟର ତାଙ୍କ ନଟଆଉଟ ଘୋଷିତ କରିଥିଲେ । ବେନ ଷ୍ଟୋକ୍ସ ସଫ୍ଟ ସିଗ୍ନଲ ନେଇ ପ୍ରଶ୍ନ ଉଠାଇଥିଲେ । ଡବ୍ଲ୍ୟୁଟିିସି ଫାଇନାଲରେ ଯଦି ପ୍ରାକୃତିକ ଆଲୋକରେ ଅସୁବିଧା ସୃଷ୍ଟି ହୁଏ ତାହାହେଲେ ଫ୍ଲଡ ଲାଇଟ୍ସ ଲଗାଯାଇ ଦିନର ଓଭର ପୂରଣ କରାଯିବ ବୋଲି ନିଷ୍ପତି ନିଆଯାଇଛି ।

Related Articles

Back to top button