
ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ସହକାରୀ ନିର୍ଦ୍ଦେଶକ
ଭବାନୀପାଟଣା: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲା ଭବାନୀପାଟଣା ଜଳ ବିଭାଜିକା ପ୍ରକଳ୍ପର ସହକାରୀ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ବଳ। ଭବାନୀପାଟଣା ସହର ଉପକଣ୍ଠସ୍ଥିତ ଜଳଶକ୍ତି କେନ୍ଦ୍ର କାର୍ଯ୍ୟାଳୟରେ ଜଣେ ଷ୍ଟାଫ୍ଙ୍କ ପାଖରୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ଭବାନୀପାଟଣା ଭିଜିଲାନ୍ସ ପକ୍ଷରୁ ଏକାକାଳୀନ ତାଙ୍କ ଅଫିସ ଓ ସରକାରୀ ବାସଭବନରେ ଚଢ଼ାଉ ଜାରିରହିଛି। ଏହି ଘଟଣା ପରେ ଶ୍ୟାମସୁନ୍ଦରଙ୍କୁ ଭିଜିଲାନ୍ସ ଅଫିସ ଆଣି ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।