ଦୁଇ ଦିନରେ ଶେଷ ହେବ ଶ୍ରୀମନ୍ଦିର ରୂପା ଛାଉଣୀ କାର୍ଯ୍ୟ

ପୁରୀ: ଶ୍ରୀମନ୍ଦିରର ସମସ୍ତ ଦ୍ୱାର ରୂପା ଛାଉଣୀ କରାଯିବ। ପ୍ରସ୍ତାବିତ ଏହି କାର୍ଯ୍ୟ ଆସନ୍ତା ୧୦ ତାରିଖ ମଧ୍ୟରେ ଶେଷ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବାରୁ କଳାହାଟ ଦ୍ୱାରର ରୂପା ଛାଉଣୀ କାମ ଏହି ସମୟ ଅବଧି ମଧ୍ୟରେ ଶେଷ କରାଯିବ।

ସେହିପରି ଶ୍ରୀମନ୍ଦିର ଗର୍ଭଗୃହ ମରାମତି କାର୍ଯ୍ୟ ଏଏସ୍‌ଆଇ ପକ୍ଷରୁ ମଧ୍ୟ ଶେଷ ହେବ। ଆସନ୍ତା ୧୨ରେ ନିଳାଦ୍ରୀ ବିଜେ ପୂର୍ବରୁ ଗର୍ଭଗୃହର ବିଭିନ୍ନ ଅଂଶକୁ ସଫା କରାଯିବା ସହ ରାସାୟନିକ ପ୍ରଲେପ ଦିଆଯାଇଛି। ରୋଷ ଶାଳା ନଷ୍ଟ ହୋଇଥିବା ପଥର ଗୁଡିକୁ ଖଣ୍ଡଲାଇଟ ପଥର ଦ୍ବାରା ବଦଳାଇବା କାର୍ଯ୍ୟ କରାଯାଉଥିବା ସୂଚନା ମିଳିଛି।

Related Articles

Back to top button