ଶୁକ୍ରବାର କୋଟିଆ ଗସ୍ତ କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ

ଶୁକ୍ରବାର ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏବଂ ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ଅଚାନକ କୋଟିଆ ଗସ୍ତ କରିଛନ୍ତି । ଅଚାନକ ପହଞ୍ଚି ଜିଲା ପ୍ରଶାସନ ସହ ନିର୍ବାଚନ ସମ୍ପର୍କିତ ଆଲୋଚନା କରିଛନ୍ତି।

ଏହି ଗସ୍ତ ସମୟରେ କୋରାପୁଟ ଜିଲାପାଳ ଭିି.କୀର୍ତ୍ତି ଭାସନ, ଡିଆଇଜି ଚରଣସିଂ ମୀନା, ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକାର, ଉପଜିଲାପାଳ ବେଣୁଧର ଶବର, ସ୍ଥାନୀୟ ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ ଏବଂ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ପ୍ରମୁଖଙ୍କ ସହପଞ୍ଚାୟତରେ ରହିଥିବା ୯ଟି ବୁଥ୍‌ ମଧ୍ୟରୁ ସୀମାନ୍ତ ୫ଟି ବୁଥ୍‌ରେ ରହିଥିବା ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି।ଏଥିସହ ସୀମାନ୍ତ ସ୍ଥାନଗୁଡ଼ିକରେ ରହିଥିବା ବୁଥ୍‌ମାନଙ୍କରେ କିପରି ଭୋଟ୍‌ ହାର ବଢ଼ିବ ସେନେଇ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ଦିଗରେ ଦୃଷ୍ଟି ଦେବାକୁ ଜିଲା ଓ ବ୍ଲକ ପ୍ରଶାସନକୁ ପରାମର୍ଶ ଦେଇଥିଲେ।

Related Articles

Back to top button