ରାଜ୍ୟରେ ତାପମାତ୍ରା ୪୪ ଡିଗ୍ରୀ ପାର : ଆହୁରି ୨ ରୁ ୩ ଦିନ ଲାଗି ରହିବ ଏଭଳି ସ୍ଥିତି

ଜଳୁଛି ରାଜଧାନୀ ଭୁବନେଶ୍ୱର। ତାପମାତ୍ରା ୪୪ ଡିଗ୍ରୀ ହେବ ପାର। ଆଜି ଆହୁରି ତାପମାତ୍ରା ବଢ଼ିବା ନେଇ ଆଶଙ୍କା କରୁଛି ପାଣିପାଗ ବିଭାଗ। ରାଜ୍ୟରେ ଏଭଳି ସ୍ଥିତି ଆହୁରି ୨ ରୁ ୩ ଦିନ ଲାଗି ରହିବ। ତେଣୁ ତାତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ,ନୟାଗଡ଼, କେନ୍ଦୁଝର,ବୌଦ୍ଧ, କନ୍ଧମାଳ, ଅନୁଗୁଳ ,କଟକ, ଭଦ୍ରକ, ବାଲେଶ୍ୱର , ଯାଜପୁର, ବଲାଙ୍ଗିର, ମୟୁରଭଞ୍ଜ ,ମାଲକାନଗିରି ଓ ଝାରସୁଗୁଡା ଆଦି ୧୪ଟି ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ସୂଚନା ଅନୁସାରେ, ଅସହ୍ୟ ହେଲାଣି ତାତି। ରାଜ୍ୟ ଆହୁରି ବଢିବ ତାପମାତ୍ରା। ଆଜି ତାପମାତ୍ରା ୪୪ ଡିଗ୍ରୀକୁ ହୋଇପାରେ ପାର। ତେବେ ଦିନ ତାପମାତ୍ରା ସାଧାରଣ ତାପମାତ୍ରାରୁ ଅଧିକ ୩ରୁ ୫ ଡିଗ୍ରୀ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଆସନ୍ତାକାଲି ବି ଜାରି ରହିବ ଭୀଷଣ ଗ୍ରୀଷ୍ମପ୍ରବାହ। ଏପରିକି ରାଜ୍ୟରେ ଏଭଳି ସ୍ଥିତି ଆହୁରି ୨ ରୁ ୩ ଦିନ ଲାଗି ରହିବ। ସମ୍ଭାବ୍ୟ ସ୍ଥିତିକୁ ଦେଖି ୬ ତାରିଖ ଯାଏଁ ୧୪ଟି ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ଏପରିକି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବ। ସେହିଭଳି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବାହାରେ ସମାବେଶ ନକରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

Related Articles

Back to top button