
ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ ।
ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । କାଶ୍ମୀର ଠୁ କନ୍ୟାକୁମାରୀ ,ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ଆଜି ରାଜ୍ୟସ୍ତରୀୟ ଭୁବନେଶ୍ୱରରେ ଗାନ୍ଧୀମାର୍ଗରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଥିଲା ରାଜ୍ୟସ୍ତରୀୟ ପରେଡ୍ ।ଏଥର ଗାନ୍ଧୀମାର୍ଗରେ ଦେଖିବାକୁ ମିଳିବ ଭିନ୍ନ ଧରଣର ମାହୋଲ । ଏଥର ଗାନ୍ଧୀମାର୍ଗରେ ଗଡିଛି ପ୍ରଜ୍ଞାପନ ମେଢ । ‘ରୂପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ଆୟୋଜନ ହୋଇଛି ମେଢ । ରାଜ୍ୟ ସରକାରଙ୍କ ୧୨ ଟି ବିଭାଗ ଏବଂ ଗୋଟିଏ ନଗମ ପକ୍ଷରୁ ମୋଟ ୧୩ ଟି ମେଢ ଗଡିଛି । ରାଜ୍ୟସ୍ତରୀୟ ଆୟୋଜିତ ଗଣତନ୍ତ୍ର ସମାରୋହରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ସାମିଲ ହୋଇଥିଲେ।
ଏଥର ପରେଡର ନେତୃତ୍ୱ ନେଇଥିଲେ IPS ଅଫିସର ଏ.ବି. ଶିଳ୍ପା। ପରେଡ଼ରେ ମୋଟ ୬୪ କଣ୍ଟିଜେଣ୍ଟ ଭାଗ ନେଇଥିଲେ । ଆଇଟିବିପି, ସିଆରପିଏଫ ,ବିଏସଏଫ , ଅଗ୍ନିଶମ ପୋଲିସ , ଓଡିଆରଏଫ ଓଡିଶା ହୋମ୍ ଗାର୍ଡ, ଆରପିଏଫ , ସୈନିକ ସ୍କୁଲ ପୁଲିସ ବ୍ୟାଣ୍ଡ ସମତେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ପରେଡ଼ରେ ସାମିଲ ହୋଇଥିଲେ । ଏହାସହ ୪ଟି ସାଂସ୍କୃତିକ ଦଳ, ସ୍କେଟିଂ, ଡେୟାର ଡେଭିଲ୍ସ ବି ଏହି ପରେଡ଼ରେ ସାମିଲ ହୋଇଥିଲେ ।