
ଟାଟୁ କରିଥିବା ପୁଲିସ କର୍ମଚାରୀଙ୍କୁ କଡା ଚେତାବନୀ
ଏଣିକି ଆଉ ଦେହରେ ଟାଟୁ କରିପାରିବେନି ପୁଲିସ ଅଧିକାରୀ। ଟାଟୁ କରିଥିବା ପୁଲିସ କର୍ମଚାରୀଙ୍କୁ କଡା ନିର୍ଦେଶ ରହିଛି । ଦେହରେ ଟାଟୁ ଥିଲେ ୧୫ଦିନ ମଧ୍ୟରେ ତୁରନ୍ତ ଲିଭାଇବାକୁ ନିର୍ଦେଶ ରହିଛି। ୟୁନିଫର୍ମ ବାହାରେ ଟାଟୁ ଦେଖାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ କାର୍ଯ୍ୟରତ ସିପାହୀଙ୍କୁ ନିର୍ଦେଶ ରହିଛି । ଡିସିପି କହିଛନ୍ତି ଯେ ଦେହରେ ଟାଟୁ କଲେ ଓଡିଶା ପୁଲିସର ସମ୍ମାନ ହାନି ହେଉଛି। ଯଦି କେହି ଟାଟୁ ନ ଲିଭାନ୍ତି, ତେବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ ଏଭଳି ନିର୍ଦେଶନାମା ଜାରି କରିଛି ।