କଡ଼ା ସୁରକ୍ଷାବଳୟ ଭିତରେ ଷ୍ଟୋର ରୁମରୁ ଷ୍ଟ୍ରଙ୍ଗ ରୁମ ଆସିଲା ଇଭିଏମ

କଡ଼ା ସୁରକ୍ଷାବଳୟ ଭିତରେ ଷ୍ଟୋର ରୁମରୁ ଷ୍ଟ୍ରଙ୍ଗ ରୁମ ଆସିଲା ଇଭିଏମ। ତେବେ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ୫ଟି ନିର୍ବାଚନ ମଣ୍ଡଳୀ ତଥା ଜଟଣୀ, ଉତ୍ତର, ମଧ୍ୟ, ଏକାମ୍ର ଓ ଜୟଦେବ ନିର୍ବାଚନ ଲାଗି ଇଭିଏମ ଆସି ପହଞ୍ଚିଛି। ନିର୍ବାଚନ ଲାଗି ମୋଟ ୨୩୩୨ ଟି ଇଭିଏମ ଆସିଛି। ସିସିଟିଭି ବଳୟରେ ଇଭିଏମ ରଖ ଯାଇଛି। ଏପରିକି ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛି।

ସୂଚନା ମୁତାବକ, ନିର୍ବାଚନ ପୂର୍ବରୁ ଷ୍ଟ୍ରଙ୍ଗ ରୁମକୁ ଆସିଲା ଇଭିଏମ। କଡ଼ା ସୁରକ୍ଷାବଳୟ ଭିତରେ ଇଭିଏମ ମେସିନ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସି ପହଞ୍ଚିଛି। ତେବେ ଆଜି ମୋଟ ୨୩୩୨ ଟି ଇଭିଏମ ଆସିଛି। ଭୁବନେଶ୍ୱର ଲୋକସଭା କ୍ଷେତ୍ରର ୫ଟି ନିର୍ବାଚନ ମଣ୍ଡଳୀ ତଥା ଜଟଣୀ, ଉତ୍ତର, ମଧ୍ୟ, ଏକାମ୍ର ଓ ଜୟଦେବ ନିର୍ବାଚନ ଲାଗି ୫ଟି ଫ୍ଲୋରରେ ଗୋଟିଏ ବିଧାନସଭା ଓ ଲୋକସଭା ଲାଗି ଇଭିଏମ ଏଠାରେ ରହିବ। ପିଙ୍କ ରଙ୍ଗ ଘର ବିଧାନସଭକ୍ଷେତ୍ର ଏବଂ ଧଳା ରଙ୍ଗ ଘର ଲୋକସଭା କ୍ଷେତ୍ରର ରହିବ ଇଭିଏମ। ତେବେ ସୁରକ୍ଷା ଲାଗି ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛି।

Related Articles

Back to top button