ଓଡ଼ିଶାରେ ନିର୍ମାଣ ହେବ ସୁଖୋଇ ଇଞ୍ଜିନ

କୋରାପୁଟ: ସୁନାବେଡ଼ା ସ୍ଥିତ ହାଲ୍( ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍)ର ନୂତନ ଉଭାବନ ଆରମ୍ଭ କରିବାକୁ ଯାଉଛି । ଏହା ଭାରତୀୟ ବାୟୁସେନାକୁ ଶକ୍ତିଶାଳୀ କରାଇବ । ଲଢୁଆ ବିମାନ ସୁଖୋଇ-୩୦ ଏମକେଆଇ ନିମନ୍ତେ ଲଙ୍ଗ୍ ରେଞ୍ଜ ଇଞ୍ଜିନ ଏଏଲ-୩୧ ନିର୍ମାଣ କରିବ ବୋଲି ସୂଚନା ମିଳିଛି ।

ଚଳିତ ଆର୍ଥିକ ବର୍ଷ ସୁଦ୍ଧା ୨୪୦ଟି ଇଞ୍ଜିନ ଯୋଗାଇ ଦେବାକୁ ବାୟୁସେନା ସହ ଅଲୋଚନା ହୋଇଛି । ଏହି ଇଞ୍ଜିନକୁ ଅଗ୍ରାଧିକ ଭିତ୍ତିରେ ନିର୍ମାଣ କରାଯିବ । ସୁଖୋଇ ୩୦ ଏମକେଆଇ ବିମାନରେ ଅତ୍ୟାଧୁନିକ ଏଏଲ୍-୩୧ ଇଞ୍ଜିନ ଖଞ୍ଜିବା ନିମନ୍ତେ ବେଙ୍ଗାଲୁରୁଠାରେ ବାୟୁସେନା ଏବଂ ହାଲ୍ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା ।

ସୁଖୋଇ ଲଢୁଆ ବିମାନର କିଛି ଅଂଶ ପୁନଃସ୍ଥାପନ କାର୍ଯ୍ୟରେ, ହାଲ୍ ଡିଭଭିଜନର କିଛି ଅଭିଜ୍ଞ କର୍ମଚାରୀ ମାନଙ୍କୁ ସୁନାବେଢା ଅଣା୍ିବ । ଇଞ୍ଜିନ ପ୍ରସ୍ତୁତ ପରେ ଏହାକୁ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ସହ ତ୍ରୁଟିଶୂନ୍ୟ କରାଯିବ । ସେହିପରି ୨୦୨୪ ମସିହା, ବାୟୁସେନାରେ ସାମିଲ ହେବାପରେ ସୁଖୋଇ ଦେଶର ବାୟୁସୀମାକୁ ସୁରକ୍ଷା ଦେଇଆସୁଛି ।

Related Articles

Back to top button