୮ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ମହଙ୍ଗା ଭତ୍ତା (ଡିଏ) କେବେ ବଢ଼ିବ ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀମାନେ ଉତ୍ସୁକତାର ସହିତ ଅପେକ୍ଷା କରି ରହିଥାନ୍ତି । ତେବେ ଏହା ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର ଆସିଛି । ସରକାରଙ୍କ ତରଫରୁ ମହଙ୍ଗା ଭତ୍ତା ୮ ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରାଯାଇଛି । ସପ୍ତମ ବେତନ କମିଶନରଙ୍କ ସୁପାରିଶ ଆଧାରରେ ୯.୫ ଲକ୍ଷ କର୍ମଚାରୀ ଓ ପେନସନଧାରୀଙ୍କୁ ଏହି ଉପହାର ଦିଆଯାଇଛି ।

ଆସନ୍ତା ଜୁଲାଇ ମାସ ୧ ତାରିଖରେ କେନ୍ଦ୍ର ସରକାରଙ୍କ ତରଫରୁ କର୍ମଚାରୀଙ୍କ ପାଇଁ ନୂଆ ମହଙ୍ଗା ଭତ୍ତା ଲାଗୁ ହେବ । ଏଥର କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିପାରନ୍ତି ବୋଲି ଆଶା କରାଯାଇଛି । ମାତ୍ର ଏହା ପୂର୍ବରୁ ଗୁଜରାଟର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସପ୍ତମ ବେତନ ଆୟୋଗ ଅନୁସାରେ ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ଡିଏ / ଡିଆରରେ ୮ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି ।

ସରକାରଙ୍କ ତରଫରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ରାଜ୍ୟ ସରକାର ପାଖାପାଖି ୯.୫ ଲକ୍ଷ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଅନୁସାରେ ଏହି କଭର କରିଛନ୍ତି । ମହଙ୍ଗା ଭତ୍ତା ବୃଦ୍ଧି ଫଳରେ କର୍ମଚାରୀଙ୍କୁ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ମିଳିପାରିବ । ପ୍ରଥମ ୪ ପ୍ରତିଶତ ଡିଏ ଗତ ବର୍ଷ ଜୁଲାଇ ୧ ତାରିଖ ଠାରୁ ଲାଗୁ ହେବ ଓ ଅବଶିଷ୍ଟ ୪ ପ୍ରତିଶତ ଡିଏ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଲାଗୁ ହେବ । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଡିଏ ବୃଦ୍ଧି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ବାକି ରହିଥିବା ଏରିଅର ଅର୍ଥ ସରକାରଙ୍କ ତରଫରୁ ୩ଟି କିସ୍ତିରେ ପ୍ରଦାନ କରାଯିବ । ଏରିଅରର ପ୍ରଥମ କିସ୍ତି ଆସନ୍ତା ଜୁନ ମାସର ବେତନ ସହିତ ଆସିବ । ସେହିପରି ଦ୍ୱିତୀୟ କିିସ୍ତି ଅକ୍ଟୋବରର ବେତନ ସହିତ ଆସିବ । ଏହି ନିଷ୍ପତ୍ତି ଫଳରେ ରାଜ୍ୟ ରାଜକୋଷ ଉପରେ ୪,୫୧୬ କୋଟି ଟଙ୍କାର ଅତିରିକ୍ତ ଭାର ପଡ଼ିବ ।

Related Articles

Back to top button