ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ : ୨ ଦିନ ଭିତରେ କିଛି ସ୍ଥାନରେ କାଳ ବୈଶାଖୀ ସମ୍ଭାବନା

ଦିନ ୨.୩୦ ସୁଦ୍ଧା ୪୩.୫ ଡିଗ୍ରୀରେ ଝାରସୁଗୁଡା ସବୁଠୁ ଉତପ୍ତ ସହର ପାଲଟିଛି । ସେହିପରି ସମ୍ବଲପୁରହଗ୍ଦ ୪୩ , ହୀରାକୁଦରେ ୪୩, ରାଉରକେଲାରେ ୪୨, କେନ୍ଦୁଝରରେ ୪୧.୮ ଚାନ୍ଦବାଲିରେ ୪୧.୬, ଭୁବନେଶ୍ୱରରେ ୪୦.୫ ଓ ବାଲେଶ୍ୱରରେ ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ସକାଳ ସକାଳ ୧୧.୩୦ ଟା ସୁଦ୍ଧା ଝାରସୁଗୁଡା ସବୁଠୁ ଉତପ୍ତ ସହର ପାଲଟିଥିବା ବେଳେ ଦିନ୨.୩୦ ସୁଦ୍ଧା ୪୩.୫ ଡିଗ୍ରୀ ରେ ଝାରସୁଗୁଡା ସବୁଠୁ ଉତପ୍ତ ସହର ପାଲଟିଛି । ଏବଂ ୧୮ଟି ଜିଲ୍ଲାକୁ ଅରେଂଜ ଓା୍ୱର୍ଣ୍ଣିଂ ଜାରି କରାଯାଇଛି । ଏହାସହ ଆସନ୍ତାକାଲି ୨୭ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏବଂ ରାଜ୍ୟରେ ପ୍ରଚୁର ମାତ୍ରାରେ ଶୁଷ୍କ ପବନ ପ୍ରବେଶ କରିବ । ଏହାସହ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏବଂ ବର୍ତମାନର ତାପମାତ୍ରା ତୁଳନରେ ୨ରୁ୪ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଥିବା ବେଳେ ଆଗାମୀ ୨ ଦିନ ଭିତରେ କିଛି ସ୍ଥାନରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି ।

Related Articles

Back to top button