ଏପ୍ରିଲ୍‍ରୁ ଜୁନ୍‍ ମଧ୍ୟରେ ଅନୁଭୂତ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ଆସନ୍ତା ଦିନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଏପ୍ରିଲ୍‍ରୁ ଜୁନ୍‍ ମଧ୍ୟରେ ଦେଶର ଅଧିକାଂଶ ଭାଗରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ। ପାଣିପାଗ ବିଭାଗ କହିଛି, ଦେଶର ମଧ୍ୟଭାଗ, ପୂର୍ବଭାଗ ଓ ଉତ୍ତର-ପଶ୍ଚିମ ଭାଗରେ ସ୍ୱାଭାବିକଠାରୁ ଅଧିକ ମାତ୍ରାରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ଅଛି। ଆଗାମୀ ୫ ଦିନ ଧରି ଉତ୍ତର ଭାରତର ଅଧିକାଂଶ ଭାଗରେ ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲ୍‍ସୟସ୍‍ ବୃଦ୍ଧି ପାଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଗତକାଲି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ଼ ସହ ବର୍ଷା ଓ କୁଆପଥର ମାଡ଼ ହୋଇଥିଲା। ଫଳରେ ଧାନ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଘୂର୍ଣ୍ଣିଝଡ଼ ଯୋଗୁଁ ବହୁ ପୁରୁଣା ଗଥ ଉପୁଡି ପଡି ରାସ୍ତା ଅବରୋଧ ହୋଇଛି। ଜିଲ୍ଲାର ପାଇକସିଦା, ଚୋରମରା, ବର୍ତ୍ତନାକୋଟସାହି, ନଛିମପୁର, ଗୋପୀନାଥପୁର ଆଦି ପଞ୍ଚାୟତରେ ଘୂର୍ଣ୍ଣିଝଡ଼ ସହ ବର୍ଷା ଯୋଗୁଁ ବ୍ୟାପକ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

Related Articles

Back to top button