ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବେ ଝାରଖଣ୍ଡ ସରକାର

ନୂଆଦିଲ୍ଲୀ: ଝାଡଖଣ୍ଡରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରାଯାଇପାରେ । କେନ୍ଦ୍ର ସରକାରଙ୍କ ଅନୁଯାୟୀ, ରାଜ୍ୟରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି ।

ନିକଟରେ ଦେଶର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪୨ ପ୍ରତିଶତ ବୃଦ୍ଧି କରିଥିଲେ ସରକାର । ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ କେନ୍ଦ୍ର ସହିତ ସମାନ କରିବା ପାଇଁ ଅର୍ଥ ବିଭାଗ ମଧ୍ୟ ଏକ ପ୍ରସ୍ତାବ ଦେଇଛି । ୬ ତାରିଖରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ । ଝାଡଖଣ୍ଡର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏବେ ୩୮ ପ୍ରତିଶତ ରହିଛି । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକ ଯଦି ମହଙ୍ଗା ଭତ୍ତାର ୪ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ ମିଳେ, ତେବେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ମଧ୍ୟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସମାନ ହେବ । ଏହାଦ୍ୱାରା ରାଜ୍ୟର ୧୯,୩୦୦୦ କର୍ମଚାରୀ ଉପକୃତ ହେବେ । ଏହାପୂର୍ବରୁ ହେମନ୍ତ ସରକାର ମହଙ୍ଗା ଭତ୍ତାକୁ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି କରି ଗତ ବର୍ଷ ଦିୱାଲୀ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଥିଲେ ।

ସୂଚନାନୁସାରେ, ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଝାଡଖଣ୍ଡ କ୍ୟାବିନେଟ୍ ପ୍ରାୟ ପ୍ରସ୍ତୁତି ଶେଷ କରିସାରିଛି । ଆସନ୍ତାକାଲି ହେବାକୁ ଥିବା ବୈଠକରେ ଏଥିରେ ମୋହର ଲାଗିପାରେ । ଏହା ସହିତ କର୍ମଚାରୀମାନଙ୍କୁ ପ୍ରତି ମାସରେ ଅତି କମରେ ୫୦୦ ରୁ ୯,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିବ । ସୂଚନାଯୋଗ୍ୟ, ମାର୍ଚ୍ଚରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ରର ମୋଦୀ ସରକାର ସରକାରୀ କର୍ମଚାରୀଙ୍କ ଦରମାକୁ ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ, ଜାନୁୟାରୀ ୨୦୨୩ ରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହାର କର୍ମଚାରୀଙ୍କ ପାଇଁ ଲାଗୁ ହେବ ।

Related Articles

Back to top button