ସୁନାପୁର ବେଳାଭୂମିକୁ ମିଳିଲା ଅନ୍ତର୍ଜାତୀୟ ‘ବ୍ଲୁ-ଫ୍ଲାଗ୍‍ ବିଚ୍‍’ର ମାନ୍ୟତା

ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମିକୁ ଅନ୍ତର୍ଜାତୀୟ ‘ବ୍ଲୁ-ଫ୍ଲାଗ୍‍ ବିଚ୍‍’ର ମାନ୍ୟତା ମିଳିଛି । ପରିବେଶ ମାନ, ପରିଚ୍ଛନ୍ନତା ଓ ପର୍ଯ୍ୟଟକ ଅନୁକୂଳ ପରିବେଶ ଭଳି ବିଭିନ୍ନ ଦିଗକୁ ତର୍ଜମା କରିବା ପରେ ଅନ୍ତର୍ଜାତୀୟ ପରିବେଶ ଶିକ୍ଷା ପ୍ରତିଷ୍ଠାନ–FEE International ପକ୍ଷରୁ ସୁନାପୁର ବେଳାଭୂମିକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି ।

ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଫଟୋ ସେୟାର କରିଛନ୍ତି । ସୁନାପୁର ବେଳାଭୂମିକୁ ଏହି ଅନ୍ତର୍ଜାତୀୟ ମାନ୍ୟତା ଏଠାକାର ପର୍ଯ୍ୟଟନ ଶିଳ୍ପ ଅଭିବୃଦ୍ଧିରେ ବେଶ୍‍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଏଥିରେ ଦର୍ଶାଇଛନ୍ତି ।ପରିବେଶ ମାନ, ପରିଷ୍କାର ପରିଚ୍ଛନ୍ନତା ଓ ପର୍ଯ୍ୟଟକ ଅନୁକୁଳ ପରିବେଶ ଭଳି ଦିଗକୁ ଦେଖି ଏହି ମାନ୍ୟତା ପ୍ରଦାନ କରାଯାଇଛି । ବ୍ଲୁପ୍ଲାଗ ବିଚର ମାନ୍ୟତା ପାଇବା ପରେ ଏହା ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧିରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related Articles

Back to top button