ଫେବୃଆରୀ 16 ରୁ ଆରମ୍ଭ ହୋଇ 24 ତାରିଖ ଯାଏ ଚାଲିବ ଐତିହାସିକ ଖଣ୍ଡଗିରି କୁମ୍ଭମେଳା

ଫେବୃଆରୀ 16 ରୁ ଆରମ୍ଭ ହୋଇ 24 ତାରିଖ ଯାଏ ଚାଲିବ ଐତିହାସିକ ଖଣ୍ଡଗିରି କୁମ୍ଭମେଳା । ଏହା ପୂର୍ବରୁ ବିଏମସି ପକ୍ଷରୁ ବସିଥିଲା ପ୍ରସ୍ତୁତି ବୈଠକ । ଶୃଙ୍ଖଳିତ ଓ ସୁରକ୍ଷିତ ମେଳାକୁ ନେଇ ଆଲୋଚନା କରାଯିବା ସହ ମୌଳିକ ସୁବିଧା ସୁଯୋଗ ସହ ସଠିକ ମେଳା ପରିଚାଳନା ପାଇଁ ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଛି ।ଚଳିତ ବର୍ଷ କିଭଳି ସୁରୁଖୁରରେ ମେଳା ହୋଇପାରିବ ସେନେଇ ବିଭିନ୍ନ ଦିଗରେ ଆଲୋଚନା ହୋଇଥିବା ବେଳେ ପୂର୍ବ ବର୍ଷ ଅପେକ୍ଷା ଏଥର ଆହୁରି ସୁନ୍ଦର କରିବାକୁ ଯୋଜନା କରାଯାଉଥିବା କହିଛି ବିଏମସି କମିଶନର । ସାଧୁ ସନ୍ଥ ମାନଙ୍କ ମୌଳିକ ଆବଶ୍ୟକତାକୁ ନେଇ ଅସ୍ଥାୟୀ ସ୍ନାନଗାର, ଅସ୍ଥାୟୀ ଶୌଚାଳୟ ,ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ସୂଚନା କେନ୍ଦ୍ର, ଆମ୍ବୁଲାନ୍ସ ସେବା, ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ଗୁରୁତ୍ଵ ଦିଆଯାଇଥିବା କହିଛି ବିଏମସି ।ଏହା ବାଦ୍ ପାର୍କିଂ ବ୍ୟବସ୍ଥା, ମୀନା ବଜାର, ମେଳାକୁ କିଭଳି ନୂଆ ବ୍ୟବସାୟୀ ମାନେ ଅଧିକ ଆସି ସାମିଲ ହେବେ ସେନେଇ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ସମ୍ପୂର୍ଣ ମେଳା ପରିଚାଳନାକୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ ବୋଲି କହିଛନ୍ତି ମେୟର ।

Related Articles

Back to top button